Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ନିହାତି ଅମାନବୀୟ : ଅସହ୍ୟ ଶୀତ ରାତିରେ ୬ଘଣ୍ଟାର ଶିଶୁକୁ ମନ୍ଦିର ସିଡ଼ିରେ ଛାଡି କେମିତି ଚାଲିଗଲା ମା’ !

25/12/2018 at 1:16 PM

ଫତେହପୁର ୨୫/୧୨ : ବେଟି ବଚାଓ ଅଭିଯାନରେ ସମ୍ମାନିତ ହୋଇଛି ଝୁନ୍ଝୁନ ଜିଲ୍ଲା | ତଥାପି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିପାରିନାହିଁ ବେଟି ବଚାଓ ଅଭିଯାନ | ଆଜି ମଧ୍ୟ ଶିଶୁ କନ୍ୟାକୁ ଅବହେଳା କରାଯାଉଛି | ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଝୁନ୍ଝୁନରେ | ସୋମବାର ବିଳମ୍ବିତ ରାତିରେ ଘୋଡ଼ିବାରା ସ୍ଥିତ ବାଲାଜୀ ମନ୍ଦିର ସିଡ଼ିରୁ ଜଣେ ନବଜାତ ଶିଶୁ ଉଦ୍ଧାର ହୋଇଛି | ମନ୍ଦିରର ଜଗୁଆଳି ଜଗଦୀଶ ସିଂହ କମ୍ବଳରେ ଗୁଡା ହୋଇଥିବା ୬ ଘଣ୍ଟାର ଏକ ଶିଶୁ କନ୍ୟାକୁ ମନ୍ଦିର ସିଡ଼ିରୁ ଉଦ୍ଧାର କରିଥିଲେ | ଫତେହପୁରରୁ ଝୁନ୍ଝୁନ ୩୫ କି:ମି: ଦୂରରେ ଅବସ୍ଥିତ | ସେଠାରେ ଏବେ ଭୟଙ୍କର ଶୀତ ପଡିଛି | ଏମିତି ଥଣ୍ଡାରେ ୬ ଘଣ୍ଟାରେ ଶିଶୁକୁ ମନ୍ଦିର ସିଡ଼ି ଉପରେ କେମିତି ଛାଡିଗଲା ଅଵିଵେକୀ ସେନେଇ ଉଠିଛି ପ୍ରଶ୍ନ |


ସୋମବାର ସେଠାରେ ସର୍ବନିମ୍ନ ତାପମାତ୍ରା ଥିଲା ୧.୮ ଡିଗ୍ରୀ | ଏମିତି ଥଣ୍ଡାରେ ଏକ ନିରୀହ ଶିଶୁକୁ କେହି ଜଣେ ବାହାରେ ଚଡି ଯାଇଥିଲା | ଅସହ୍ୟ ଥଣ୍ଡା ନିରୀହ ଶିଶୁକୁ ତ ଭାଙ୍ଗି ପାରିଲାନି କିନ୍ତୁ ସମସ୍ତଙ୍କ ସମବେଦନା ଭାଙ୍ଗି ଯାଇଥିଲା | ତଥାପି ଆମ ସମାଜର ଦାୟିତ୍ବହୀନତା ଦେଖନ୍ତୁ | ସଂଗେ ସଂଗେ ପୋଲିସକୁ ଏବଂ ଆମ୍ବୁଲାନ୍ସକୁ ଖବର ଦିଆଯାଇଥିଲା | ଖବର ପାଇଁବ ପରେ ମଧ୍ୟ ନା ଆସିଥିଲା ପୋଲିସ ନା ଆସିଥିଲା ଆମ୍ବୁଲାନ୍ସ | ଏପଟେ ଶିଶୁର ଅବସ୍ଥା ସଙ୍କଟାପନ୍ନ ହେବାରେ ଲାଗିଥିଲା | ଅସହ୍ୟ ଥଣ୍ଡାରେ ଶିଶୁତୁ ଧୀରେ ଧୀରେ ନୀଳ ପଡିବାରେ ଲାଗିଥିଲା | ଶେଷରେ ସ୍ଥାନୀୟ ଲୋକଙ୍କ ସହାୟତାରେ ଶିଶୁକୁ ପ୍ରଥମେ ମୁକୁଣ୍ଡଗଡ ହସ୍ପିଟାଲକୁ ନିଆଯାଇଥିଲା | ପରେ ଶିଶୁକୁ ଝୁନ୍ଝୁନ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା | ବର୍ତ୍ତମାନ ଶିଶୁର ଅବସ୍ଥା ସ୍ଥିର ଥିବା ଜଣାପଡିଛି |


୨୦୧୪ ମସିହା ଡିସେମ୍ବର ୨୧ ତାରିଖରେ ଜିଲ୍ଲାର ୩ ଲକ୍ଷ ୪୮ ହଜାର ଲୋକେ ବେଟି ବଚାଓ ଅଭିଯାନରେ ଯୋଗ ଦେଇ ଶିଶୁ କନ୍ୟାଙ୍କୁ ରକ୍ଷା କରିବେ ବୋଲି ଶପଥ ନେଇଥିଲେ | ଏଥିପାଇଁ ଝୁନ୍ଝୁନ ଜିଲ୍ଲାକୁ ସମ୍ମାନିତ ମଧ୍ୟ କରାଯାଇଥିଲା |


ଆସନ୍ତୁ ଶୁଣିବା ଏକ କଅଁଳା ଶିଶୁର ବେଦନା ” ମା ମୋ ଶରୀର ଥଣ୍ଡା ପଡ଼ିଗଲାଣି, କିନ୍ତୁ ଥଣ୍ଡାରେ ନୁହଁ ବରଂ ମୋ ପାଇଁ ତମର ଅସହିଷ୍ଣୁତା ଦେଖି | ତମର ଏହି ଅସହିଷ୍ଣୁତା ଦେଖି ସହି ହେଉନି | ଛୁଆକୁ କୌଣସି ବି ଅସୁବିଧା ହେଲେ ସେ ମା’ ପାଖେ ହିଁ ଅଭିଯୋଗ କରିଥାଏ | ସେଥିପାଇଁ ମୁଁ ମଧ୍ୟ ମା’ ପାଖେ ଅଭିଯୋଗ କରୁଛି | ମୋ ଆଖି ମଧ୍ୟ ଏପର୍ଯ୍ୟନ୍ତ ଭଲ ଭାବେ ଖୋଲିନି | ଆଖି ଖୋଲି ମତେ ଏବେ ପୁରା ସଂସାର ଦେଖିବାର ଅଛି | ତାହେଲେ ମତେ କାହିଁକି ଏଭଳି ଅବସ୍ଥାରେ ଛାଡି ଚାଲିଗଲା | ଦେଖ ମା’ ଜୀବନର ପ୍ରଥମ ସଂଘର୍ଷ ମୁଁ ଜିତି ଯାଇଛି | ମୁଁ ବଂଚି ଯାଇଛି | ଜନ୍ମ ହେବାରେ କିଛି ଘଣ୍ଟା ମଧ୍ୟରେ ହିଁ ତମେ ମତେ ଜୀବନ ସହ ସଂଗ୍ରାମ କରିବା ଶିଖେଇ ଦେଇଗଲ | ଯାହାଫଳରେ ଆଗକୁ ଜୀବନ ସହଜ ହୋଇଯିବ | ” ଏଥିଲା ଏକ ନିରୀହ ଶିଶୁର କୋହ ଏବଂ ବେଦନା |

   Related Posts