ହସ୍ପିଟାଲରେ ସ୍ୱାସ୍ଥ୍ୟକର୍ମୀଙ୍କ ଦାୟିତ୍ବହୀନତାର ନଗ୍ନ ଚିତ୍ର: ଚିକିତ୍ସା ପାଇଁ ଏଣେତେଣେ ଦୌଡିଲେ ବାପା-ମା, ଶେଷରେ ଜୀବନ ହାରିଲା ନବଜାତ ଶିଶୁ

Published By : Prameya-News7 Bureau | July 27, 2020 IST

ପାଟଣା ୨୭/୦୭ : ବିହାର ପାଟଣାରେ ଅମାନବିକତାର ଏକ ଜୀବନ୍ତ ଚିତ୍ର ସାମ୍ନାକୁ ଆସିଛି | ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି | ଫଟୋ ଭାଇରାଲ ହେବାପରେ ହସ୍ପିଟାଲରେ ସ୍ୱାସ୍ଥ୍ୟ କର୍ମୀଙ୍କ ଦାୟିତ୍ବହୀନତା ସାମ୍ନାକୁ ଆସିଛି | ନିଜ ନବଜାତ ଶିଶୁର ଚିକିତ୍ସା ପାଇଁ ମା-ବାପାଙ୍କୁ ହସ୍ପିଟାଲରେ ଏଣେତେଣେ ଦୌଡିବାକୁ ପଡୁଛି ହେଲେ କେହି ତାଙ୍କୁ ସାହାଯ୍ୟ କରୁନାହାନ୍ତି | ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିବା ଫଟୋରେ ଦେଖିବାକୁ ମିଳିଛି, ମହିଳା ନିଜ ଅସୁସ୍ଥ ଶିଶୁକୁ ଟ୍ରେରେ ଧରିଛନ୍ତି ଓ ନବଜାତ ଶିଶୁର ବାପା କାନ୍ଧରେ ଅକ୍ସିଜେନ ସିଲିଣ୍ଡର ଧରି ହସ୍ପିଟାଲରେ ଏଣେତେଣେ ଦୌଡୁଛନ୍ତି | ଦୃଷ୍ଟାଟି ଅତ୍ୟନ୍ତ ହୃଦୟ ବିଦାରକ |

{"id":306130,"sizeSlug":"large"}

ମାମଲା କେନ୍ଦ୍ର ସ୍ୱାସ୍ଥ୍ୟ ରାଜ୍ୟମନ୍ତ୍ରୀ ଅଶ୍ୱିନୀ କୁମାର ଚୋବେଙ୍କ ସଂସଦୀୟ କ୍ଷେତ୍ରର | ରାଜ୍ୟମନ୍ତ୍ରୀ ଅଶ୍ୱିନୀ କୁମାର ଚୋବେଙ୍କ ସଂସଦୀୟ କ୍ଷେତ୍ର ସ୍ଥତା ହସ୍ପିଟାଲର ଏହିଭଳି ସ୍ଥିତି ସମ୍ଭବତଃ ଆଗରୁ କିଏ ଦେଖିଥିବେ | ସଦର ହସ୍ପିଟାଲରେ ସ୍ୱାସ୍ଥ୍ୟକର୍ମୀଙ୍କ ଦାୟିତ୍ବହୀନତା ଯୋଗୁଁ ନବଜାତ ଶିଶୁର ମୃତ୍ୟୁ ହୋଇଯାଇଛି |

wp:core-embed/twitter {"url":"https://twitter.com/Shekhartkg/status/1287384631650553857","type":"rich","providerNameSlug":"twitter","className":""}
https://twitter.com/Shekhartkg/status/1287384631650553857
/wp:core-embed/twitter

ମାମଲାକୁ ନେଇ ସୋସିଆଲ ମିଡ଼ିଆରେ ଲୋକେ ନାନା ପ୍ରତିକ୍ରିୟା ରଖିଛନ୍ତି | ଫଟୋ ବକ୍ସର ହସ୍ପିଟାଲରେ ଜୁଲାଇ ୨୩ ତାରିଖରେ ନିଆଯାଇଥିଲା | ରାଜପୁର ସଖୁଆନା ଗାଁର ସୁମନ କୁମାରଙ୍କ ପତ୍ନୀ ଏକ ଶିଶୁ ଜନ୍ମ ଦେଇଥିଲେ | ଶିଶୁକୁ ନିଶ୍ୱାସ ନେବାରେ ଅସୁବିଧା ହେଉଥିଲା | ପତି-ପତ୍ନୀ ଶିଶୁକୁ ନେଇ ହସ୍ପିଟାଲ ଆସିଥିଲେ | ହସ୍ପିଟାଲରେ କାଗଜପତ୍ର କାମ ସରୁ ସରୁ ବହୁ ସମୟ ଲାଗିଲା | ନବଜାତ ଶିଶୁକୁ ମା ଏକ ଟ୍ରେରେ ଓ ବାପା କାନ୍ଧରେ ଅକ୍ସିଜେନ ସିଲିଣ୍ଡର ଧରି ହସ୍ପିଟାଲରେ ଧାଁ ଦଉଡ କରୁଥିଲେ | ଏତିକିବେଳେ ଶିଶୁଟି ହସ୍ପିଟାଲରେ ପ୍ରାଣ ହାରିଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.