କଟକର ନର୍ସିଂ ହୋମରେ ଡାକ୍ତର ନଆସିବାରୁ ନବଜାତର ମୃତ୍ୟୁ ଘଟଣା: ପଦାରେ ପଡିଲା ସରକାରୀ ଡାକ୍ତରଙ୍କ ନର୍ସିଂହୋମ ପ୍ରିତି

Published By : Prameya-News7 Bureau | December 20, 2018 IST

କଟକ ୨୦|୧୨; କଟକ ମେଡିଆରା ନର୍ସିଂହୋମ୍‌ରେ ଚିକିତ୍ସା ଅବହେଳାରୁ ନବଜାତକର ମୃତ୍ୟୁ ଅଭିଯୋଗ ପରେ ଏବେ ସାମ୍ନାକୁ ଆସିଛି ସରକାରୀ ଡାକ୍ତରଙ୍କ ଘରୋଇ ନର୍ସିଂହୋମ୍‌ ପ୍ରୀତି । ଏସସିବି ମେଡିକାଲରେ ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତର ମାହିଜା ସାହୁ ହିଁ ପୂରା ଘଟଣାର ମୁଖ୍ୟ କାର୍ପଟଦାର ବୋଲି ଅଭିଯୋଗ ହୋଇଛି ।…. କ’ଣ ରହିଛି ପୂରା ଘଟଣା ଚାଲନ୍ତୁ ଜାଣିବା । …. 

{"id":65788}

ରାଜ୍ୟର ସବୁଠୁବଡ଼ ମେଡିକାଲ କଲେଜ୍‌ କଟକ ଏସସିବିରେ ଭଲ ଡାକ୍ତରଙ୍କ ପାଖରେ ଟ୍ରିଟ୍‌ମେଣ୍ଟ ହେବାକୁ ଜଟଣୀରୁ ଦଉଡ଼ି ଆସିଥିଲେ ରଶ୍ମୀରେଖା । ଏସସିବିର ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତର ମାହିଜା ସାହୁଙ୍କ ପାଖରେ ଚାଲିଥିଲା ଚିକିତ୍ସା ।  ହେଲେ ଡାକ୍ତରଖାନାରେ ରୋଗୀଙ୍କ ଭିଡ଼ର ବାହାନା କରି ମାଡାମ୍‌ କଲେଜ ଛକରେ ଥିବା ନିଜର ନର୍ସିଂହୋମ୍‌କୁ ଆସିବାକୁ କହିଥିଲେ । ଆଉ ଡାକ୍ତର ମାହିଜାଙ୍କ ପରାମର୍ଶ ମାନି ତାଙ୍କ ନର୍ସିଂହୋମରେ ଚିକିତ୍ସିତ ହେଉଥିଲେ ରଶ୍ମୀରେଖା । ତେବେପ୍ରସବ ସମୟ ହେବାରୁ ପାଖରେ ଥିବା ମେଡିଆରା ନର୍ସିଂହୋମ୍‌କୁ ଯିବା ପାଇଁ କହିଥିଲେ । ଯେଉଁଠି ରଶ୍ମୀରେଖାଙ୍କ ଚିକିତ୍ସାରେ ଅବହେଳା ପାଇଁ ଏବେ ନବଜାତକର ଜୀବନ ଗଲା ବୋଲି ଅଭିଯୋଗ ହୋଇଛି । 

{"id":65789}

ରଶ୍ମୀରେଖାଙ୍କୁ ମାଡାମ୍‌ ମାହିଜା ସାହୁ ହିଁ ମେଡିଆରା ନର୍ସିଂହୋମକୁ ପଠାଇଥିଲେ ବୋଲି ଖୋଦ୍‌ ନର୍ସିଂହୋମ୍‌ କର୍ତ୍ତୃପକ୍ଷ ସ୍ବୀକାର କରିଛନ୍ତି । ସଂପୃକ୍ତ ନର୍ସିଂହୋମ୍‌ରେ ଅପରେସନ ପାଇଁ ଉପଯୁକ୍ତ ବ୍ୟବସ୍ଥାନଥିବା ଜାଣି ମଧ୍ୟ ମାହିଜା ମାଡାମ୍‌ କାହିଁକି ସେଠାକୁ ପଠାଇଥିଲେ ତାକୁ ନେଇ ଉଠିଛି ସଂଦେହ । 

{"id":65790}

ପୂରା ଘଟଣାରେ ସରକାରୀ ଡାକ୍ତରଙ୍କ ଘରୋଇ ନର୍ସିଂହୋମ୍‌ ପ୍ରୀତି ସାମ୍ନାକୁ ଆସିଛି । ସରକାରୀ ଡାକ୍ତରଖାନାକୁ ଆସୁଥିବା ରୋଗୀଙ୍କୁ ଜଣେ ସରକାରୀ ଡାକ୍ତର ଘରୋଇ ନର୍ସିଂହୋମ୍‌କୁ ଯିବା ପାଇଁ କେମିତି ଓ କାହିଁକି ପରାମର୍ଶ ଦେଲେ ତା’ର ବିଧିବଦ୍ଧ ତଦନ୍ତ ସହ ଦୋଷୀ ଡାକ୍ତରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.