କଟକ ମେଡିଆରା ହସ୍ପିଟାଲରେ ଚକିତ୍ସା ଅବହେଳାରୁ ନବଜାତକର ମୃତ୍ୟୁ ଘଟଣା: ଡାକ୍ତର ମାହିଜା ସାହୁଙ୍କୁ କାରଣ ଦର୍ଶାଅ ନୋଟିସ

Published By : Prameya-News7 Bureau | December 27, 2018 IST

କଟକ୨୭|୧୨: କଟକ ମେଡିଆରା ହସ୍ପିଟାଲରେ ଚକିତ୍ସା ଅବହେଳାରୁ ନବଜାତକର ମୃତ୍ୟୁ ଘଟଣାରେ ଏସସିବି ମେଡିକାଲ ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ମାହିଜା ସାହୁଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି ଓଡ଼ିଶା କାଉନସିଲ୍‌ ଅଫ୍‌ ମେଡିକାଲ ରେଜିଷ୍ଟେସନ । ପଢ଼ିଥିବା ଡାକ୍ତରୀ ପାଠ ସମ୍ବନ୍ଧୀୟ ସମସ୍ତ ପ୍ରମାଣପତ୍ର ଦାଖଲ ସହ ୧୫ଦିନ ଭିତରେ ଜବାବ୍‌ ରଖିବାକୁ ନୋଟିସ୍‌ରେ କୁହାଯାଇଛି । ସେପଟେ ଏଭଳି ଅଭିଯୋଗକୁ ନେଇ କଟକର ସମସ୍ତ ଘରୋଇ କ୍ଲିନିକ୍‌ ଓ ହସ୍ପିଟାଲରେ ଚଢ଼ାଉ କରାଯାଇ ତଥ୍ୟ ଯାଂଚ ହେବ ବୋଲି କହିଛନ୍ତି ସିଡିଏମଓ । …..

{"id":67785}

କଟକ ଏସସିବିର ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ମାହିଜା ସାହୁଙ୍କୁ କାରଣ ଦର୍ଶାଅ ନୋଟିସ ଯାରି କଲା ଓଡିଶା କାଉନସିଲ ଅଫ ମେଡିକାଲ ରେଜିଷ୍ଟ୍ରସନ । ଗଲା ନଭେମ୍ବର ୧୫ରେ ଡାକ୍ତର ମାହିଜା ସାହୁଙ୍କ ଅବହେଳା ପାଇଁ ମେଡିଆରା ଘରୋଇ ହସପିଟାଲରେ ଜଣେ ନବଜାତକର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା । ମାହିଜାଙ୍କ ପାଖରେ ଚିକିତ୍ସିତ ହେଉଥିବା ଜଟଣୀର ଜଣେ ମହିଳା ରଶ୍ମୀରେଖା ସାହୁ ଏ ନେଇ ବିଭିନ୍ନ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ । ନ୍ୟୁଜ୍‌ ସେଭେନ୍‌ରେ ବାରମ୍ବାର ଖବର ପ୍ରସାରଣ ପରେ ଡାକ୍ତର ମାହିଜା ସାହୁଙ୍କୁ ଜାରି ହୋଇଛି ସୋ-କଜ୍‌-ନୋଟିସ । ନିଜର ସମସ୍ତ ଡାକ୍ତରୀ ସାର୍ଟିଫିକେଟ୍‌ ସହ ୧୫ ଦିନ ଭିତରେ ଜବାବ ଦାଖଲ ପାଇଁ ନୋଟିସରେ କୁହାଯାଇଛି । ତାଙ୍କ ବିରୋଧରେ ଆସିଥବା ଅଭିଯୋଗକୁ  ସ୍ବାସ୍ଥ୍ୟ ବିଭାଗ ଗୁରୁତ୍ବର ସହ ନେଇ ତଦନ୍ତ କରିବାକୁ ଅନୁରୋଧ କରିଛନ୍ତି ରଶ୍ମୀରେଖାଙ୍କ ପରିବାର ।

{"id":67786}

କଟକରେ କେବଳ ମେଡିଆର ହସ୍ପିଟାଲ ଭଳି ଗୋଟିଏ ସଂସ୍ଥା ନୁହେଁ, ଛତୁ ଫୁଟିଲା ଭଳି ରୋଗୀ ସେବା ଆଳରେ ଏମିତି ଅନେକ ସଂସ୍ଥା ଖୋଲାଯାଇ ଚାଲିଛି ବେପାର । ଆଉ ଏହି ଘରୋଇ ହସପିଟାଲରେ ନିଜର ହାଜିରା ପକାଇ ଟଙ୍କା ରୋଜଗାରର ମାଧ୍ୟମ ସାଜିଛନ୍ତି ଏସସିବି ମେଡିକାଲର ଅନେକ ଡାକ୍ତର । ହେଲେ ଏଇ ଡାକ୍ତରମାନେ ଦି ନା’ ରେ ଗୋଡ଼ ଦେବା ଭଳି ଉଭୟ ସରକାରୀ ଓ ଘରୋଇ ହସପିଟାଲରେ ରୋଗୀଙ୍କ ପାଇଁ ସମୟ ଦେଇପାରୁନଥିବାରୁ ବହୁ ରୋଗୀ ଅବହେଳା କାରଣରୁ ଜୀବନ ହରାଉଥିବା ଘଟଣା ସାମ୍ନାକୁ ଆସୁଛି । ଏନେଇ ନ୍ୟୁଜ୍‌ ସେଭେନ୍‌ରେ ଖବର ପ୍ରସାରଣ ପରେ ସାମ୍ନାକୁ ଆସିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ । ଆଉ ଆଗାମୀ ଦିନରେ ସମସ୍ତ ଘରୋଇ କ୍ଲିନିକ୍‌ ଓ ହସ୍ପିଟାଲରେ ଯାଂଚ କରାଯିବ ବୋଲି ସଫେଇ ଦେଇଛନ୍ତି ।

କଟକ ସହରରେ ଖୋଲିଥିବା ସମସ୍ତ ଘରୋଇ ହସପିଟାଲଗୁଡ଼ିକରେ ଯଦି ନିୟମିତ ବ୍ୟବଧାନରେ ଚଢାଉ କରାଯାଇ ସମସ୍ତ ଘଟଣା ଯାଞ୍ଚ କରାଯାଉଥାନ୍ତା ତାହେଲେ ସମସ୍ତଙ୍କ ଭିତରେ ଗୋଟେ ସଚେତନତା ସୃଷ୍ଟି ପାଇପାରନ୍ତା। ହେଲେ ଜିଲ୍ଲା ପ୍ରଶାସନର ଉଦାସୀନତାର ଫାଇଦା ଉଠାଇ କିଛି ଲୋକ ସେମାନଙ୍କ ମର୍ଜିରେ ଆଉ ବେଧଡ଼କ ଭାବେ ରୋଗୀ ଚିକିତ୍ସା ଆଳରେ ବେପାର ଜମାଇବାକୁ ସକ୍ଷମ ହେଉଛନ୍ତି। ଏହା ଉପରେ ସ୍ବାସ୍ଥ୍ୟ ବିଭାଗ ଧ୍ୟାନ ଦେବାକୁ ଦାବି ହୋଇଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.