Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୫୦ ନେତାଙ୍କୁ ପ୍ରିୟଙ୍କା ଗାନ୍ଧୀଙ୍କ ଫୋନ୍ : ‘ଆପଣଙ୍କ ଟିକେଟ୍ କନଫର୍ମ୍, ନିର୍ବାଚନ ପାଇଁ ପ୍ରସ୍ତୁତ ହୁଅ’
  • ||
  • ଆଜିଠୁ ବଢିବ ବର୍ଷା, ୧୧ ଜିଲ୍ଲାରେ ପ୍ରବଳ ଛେଚିବ
  • ||
  • ୨୮୬ ବସ୍ତା ପିଡିଏସ ଚାଉଳ ଜବତ, ଚୋରାରେ ବିକ୍ରି ପାଇଁ ଯାଉଥିବା ବେଳେ ଧରିଲେ ଲୋକେ
  • ||
  • ଭୟ ବଢାଉଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୩ ଜଣଙ୍କ ଜୀବନ
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୦୩୧ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଜାମ୍ମୁ କାଶ୍ମୀର ସପୋରରେ ଏନକାଉଣ୍ଟର: ଲସ୍କର କମାଣ୍ଡର ସମେତ ୩ ଆତଙ୍କୀ ନିହତ
  • ||
  • ଆମେରିକା-ମେକ୍ସିକୋ ସୀମାରେ ହିଂସାକାଣ୍ଡ, ଦୁର୍ବୃତ୍ତଙ୍କ ଆଖିବୁଜା ଗୁଳିମାଡରେ ୧୮ ମୃତ
  • ||
  • ଆଜି ଅନ୍ତର୍ଜାତୀୟ ଯୋଗ ଦିବସ, ଏବର୍ଷର ଥିମ୍ ‘ୟୋଗା ଫର ୱେଲନେସ୍’
  • ||
  • ଆଜିଠୁ କ୍ୟାମ୍ପେନ୍ ମୋଡ୍‌ରେ ଟିକାକରଣ, ରାଜ୍ୟରେ ଦୈନିକ ୩ ଲକ୍ଷ ଭାକସିନେସନ୍ ଟାର୍ଗେଟ୍
  • ||

ପ୍ରସବ ବେଳେ ଶିଶୁକୁ ଏତେ ଜୋରରେ ଟାଣିଲେ ଯେ ଦୁଇଫାଳ ହୋଇଗଲା ଶିଶୁ, ଭିତରେ ରହିଗଲା ମୁଣ୍ଡ: ଶିଶୁର ମୁଣ୍ଡ ନେଇ ଥାନାରେ ପହଁଚିଲେ ପରିବାରଲୋକେ

10/01/2019 at 11:54 AM

ଜୈସଲମେର ୧୦/୧ : ରାଜସ୍ତାନ ଜୈସଲମେରର ରାମଗଡ଼ ସରକାରୀ ହସ୍ପିଟାଲରେ ଜଣେ ମହିଳା ପ୍ରସବ କଲାବେଳେ ହସ୍ପିଟାଲ କର୍ମଚାରୀ ଶିଶୁର ଗୋଡକୁ ଏତେ ଜୋରରେ ଟାଣିଲେ ଯେ, ମା ପେଟରେ ଦୁଇ ଫାଳ ହୋଇଗଲା | ଶିଶୁର ଶରୀର ବାହାରକୁ ଆସିଗଲା କିନ୍ତୁ ମୁଣ୍ଡ ମା’ ପେଟ ଭିତରେ ହିଁ ରହିଗଲା | ହସ୍ପିଟାଲ ଚିକିତ୍ସା କର୍ମଚାରୀ ମହିଳାଙ୍କ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ନଜଣାଇ ତାଙ୍କୁ ଜୈସଲମେର ସ୍ଥାନାନ୍ତର କରିଦେଲେ | ସେଠାରୁ ବି ଡାକ୍ତର ତାଙ୍କୁ ଯୋଧପୁର ସ୍ଥାନାନ୍ତର କରିଦେଇଥିଲେ | ଯୋଧପୁର ଯିବାପରେ ସମସ୍ତ ଘଟଣା ସାମ୍ନାକୁ ଆସିଥିଲା |


ଜାଣନ୍ତୁ ପୁରା ଘଟଣା :
୩ ଦିନ ପୂର୍ବରୁ ଦୀକ୍ଷା କମ୍ବର ନାମକ ଜଣେ ମହିଳାଙ୍କୁ ପ୍ରସବ ପୀଡା ହୋଇଥିଲା | ଘରଲୋକେ ତାଙ୍କୁ ରାମଗଡ଼ ହସ୍ପିଟାଲ ନେଇଯାଇଥିଲେ | କିଛି ସମୟ ଚିକିତ୍ସା ପରେ ହସ୍ପିଟାଲ କର୍ମଚାରୀ ତାଙ୍କୁ ଜୈସଲମେର ନେଇଯିବା ପାଇଁ କହିଥିଲେ | କିନ୍ତୁ କର୍ମଚାରୀ ମହିଳାଙ୍କ ଘରଲୋକଙ୍କୁ କହିନଥିଲେ ଯେ, ପ୍ରସବ ବେଳେ ଶିଶୁର ମୁଣ୍ଡ ମହିଳାଙ୍କ ପେଟରେ ହିଁ ରହିଯାଇଛି | ରାମଗଡ଼ ହସ୍ପିଟାଲର ଡାକ୍ତର ନିଖିଳ ଶର୍ମା କହିଥିଲେ ଯେ, ଯେତେବେଳେ ମହିଳାଙ୍କୁ ପ୍ରସବ ପାଇଁ ହସ୍ପିଟାଲ ଅଣାଯାଇଥିଲା, ହସ୍ପିଟାଲ କର୍ମଚାରୀ ତାଙ୍କୁ ପ୍ରସବ କକ୍ଷକୁ ନେଇଯାଇଥିଲେ | ସେଠାରେ ନବଜାତର ପାଦ ବାହାରକୁ ଆସିଥିବା ଦେଖାଯାଇଥିଲା | ଆଉ ନବଜାତ ସେତେବେଳେ ମୃତ ଅବସ୍ଥାରେ ଥିଲା ବୋଲି ଡାକ୍ତର କହିଥିଲେ | ସେଠାରେ ସମ୍ପୂର୍ଣ୍ଣ ବ୍ୟବସ୍ଥା ନଥିବା ଯୋଗୁଁ ମହିଳାଙ୍କୁ ଜୈସଲମେର ସ୍ଥାନାନ୍ତର କରାଯାଇଥିଲା ବୋଲି ସେ କହିଛନ୍ତି |


ଜେସଲମେର ଜବାହର ହସ୍ପିଟାଲର ଡାକ୍ତର ରବୀନ୍ଦ୍ର ଶଙ୍ଖଳା କହିଛନ୍ତି ଯେ, ରଂଗଡ଼ ହସ୍ପିଟାଲ ତରଫରୁ ତାଙ୍କୁ କୁହାଯାଇଥିଲା ଯେ, ମହିଳାଙ୍କ ପ୍ରସବ ହୋଇସାରିଛି | କିନ୍ତୁ ଗର୍ଭ ନାଳ ଭିତରେ ହିଁ ରହିଯାଇଛି | ରାତି ପ୍ରାୟ ଗୋଟାଏ ବେଳେ ଡାକ୍ତର ଗର୍ଭନାଳ ବାହାର କରିବା ପାଇଁ ଚେଷ୍ଟା କରିଥିଲେ | କିନ୍ତୁ ଡାକ୍ତର କିଛି ବୁକଝି ପାରିନଥିଲେ ମହିଳାଙ୍କର କଣ ହୋଇଛି | ସେ ତାଙ୍କ ଅବସ୍ଥା ଟିକେ ସୁଧାରି ପରଦିନ ସକାଳେ ପୁଣି ଚେଷ୍ଟା କରିଥିଲେ | ତଥାପି ସେ କିଛି ଜାଣିପାରିନଥିଲେ ଏବଂ ମହିଳାଙ୍କୁ ଯୋଧପୁର ସ୍ଥାନାନ୍ତର କରିଦେଇଥିଲେ | ଯୋଧପୁର ଉମେଡ଼ ହସ୍ପିଟାଲରେ ଡାକ୍ତର ମହିଳାଙ୍କ ପ୍ରସବ କରାଇବାରୁ ଶିଶୁର ମୁଣ୍ଡ ହିଁ ବାହାରିଥିଲା |


ଜବାହର ହସ୍ପିଟାଲର ସ୍ତ୍ରୀରୋଗ ବିଶେଷଜ୍ଞ ଡାକ୍ତର ଉଷା ଦୁଂଗଡ଼ କହିଛନ୍ତି ଯେ, ସେ ତାଙ୍କ କ୍ୟାରିଅର କେବେ ହେଲେ ଏଭଳି ମାମଲା ଦେଖିନଥିଲେ | ଶିଶୁଟି ଦୁଇ ଫାଳ କେମିତି ହେଲା ତାର ଯାଞ୍ଚ ନିଶ୍ଚୟ ହେବ ଦରକାର ବୋଲି ଡାକ୍ତର କହିଛନ୍ତି | ରାମଗଡ଼ ହସ୍ପିଟାଲରେ ଏତେ କାଣ୍ଡ ଘଟିଲା ପରେ ମହିଳାଙ୍କ ପରିବାର ଏ ସମ୍ପର୍କରେ କିଛି ନଜଣାଇ ତାଙ୍କୁ ଜୈସଲମେର ସ୍ଥାନାଂତର କରିଦିଆଯାଇଥିଲା | ଏହା ଅତ୍ୟନ୍ତ ଲଜ୍ଜାଜନକ ବିଷୟ ବୋଲି ଡାକ୍ତର କହିଛନ୍ତି |


ଯୋଧପୁରରେ ଡାକ୍ତର ମହିଳାଙ୍କ ପରିବାର ଲୋକଙ୍କୁ ଶିଶୁର ମୁଣ୍ଡ ହସ୍ତାନ୍ତର କରିଦେଇଥିଲେ | ପରିବାରଲୋକେ ଶିଶୁର ମୁଣ୍ଡ ନେଇ ମାମଲା ରୁଜ୍ଜୁ କରିବାକୁ ରାମଗଡ଼ ଥାନାରେ ପହଂଚିଥିଲେ | ପୋଲିସ ରାମଗଡ଼ ହସ୍ପିଟାଲର ଚିକିତ୍ସା କର୍ମଚାରୀଙ୍କୁ ପଚରାଉଚୁରା କରିବାରୁ କର୍ମଚାରୀ ଶିଶୁର ଶରୀର ଆଣି ପୋଲିସକୁ ଦେଖାଇଥିଲେ | ଏହାପରେ ଥାନା ଅଧିକାରୀ ରାମଗଡ଼ ହସ୍ପିଟାଲର ଚିକିତ୍ସା କର୍ମଚାରୀଙ୍କ ବିରୋଧରେ ଏକ ମାମଲା ରୁଜ୍ଜୁ କରିଛନ୍ତି | ଶିଶୁର ଦୁଇଟି ଫାଳକୁ ଅଲଗା ଅଲଗା ଭାବେ ଶବ ବ୍ୟବଚ୍ଛେଦ କରାଯାଇଥିଲା |

   Related Posts