ମନ୍ଦିର ନିକଟ ପରିତ୍ୟକ୍ତ ସ୍ଥାନରୁ ନବଜାତ ଶିଶୁକନ୍ୟା ଉଦ୍ଧାର

Published By : Prameya-News7 Bureau | August 19, 2020 IST

ରାୟଗଡା ୧୯।୮: ରାୟଗଡା ଜିଲ୍ଲା କୋଲନରା ଗ୍ରାମର ଗୌରାଙ୍ଗ ମନ୍ଦିର ନିକଟରେ ଏକ ପରିତ୍ୟକ୍ତ ସ୍ଥାନରୁ ନବଜାତ ଶିଶୁ କନ୍ୟା ଉଦ୍ଧାର ହୋଇଛି । ଆଜି ସକାଳୁ ସ୍ଥାନୀୟ ଅଞ୍ଚଳର ଜଣେ ମହିଳା ଦେଖିବା ପରେ ପଡୋଶୀଙ୍କୁ ଡାକି ଶିଶୁକୁ ଉଦ୍ଧାର କରିଥିଲେ । ଏହାପରେ ଶିଶୁକୁ କୋଲନରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ପରେ ଶିଶୁର ସ୍ବାସ୍ଥ୍ୟ ଭଲଥିବା ଜଣାପଡିଛି । ଶିଶୁର ଓଜନ ୨ କେ.ଜି. ୬ ଶହ ଗ୍ରାମ ରହିଛି । ଆବଶ୍ୟକ ହେଲେ ଶିଶୁକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯିବ । ତେବେ କିଏ ଓ କାହିଁକି ନବଜାତ ଶିଶୁକୁ ପରିତ୍ୟକ୍ତ ସ୍ଥାନରେ ଫିଙ୍ଗିଥିଲା ତାହା ଜଣାପଡିନାହିଁ ।

{"id":316958,"sizeSlug":"large"}

ଖବରପାଇ ଚାଇଲ୍ଡ ଲାଇନ୍ ଓ ଶିଶୁ ମଙ୍ଗଳ କମିଟି କର୍ତ୍ତୃପକ୍ଷ ପହଞ୍ଚି ଏହାର ଅନୁଧ୍ୟାନ କରୁଛନ୍ତି । ତେବେ ସାଧାରଣରେ ଏହାକୁ ତୀବ୍ର ନିନ୍ଦା କରାଯାଇଛି । କାରଣ ପୁଣି ଶିଶୁ କନ୍ୟା ଅଲୋଡା ହୋଇଛି । ସୁସ୍ଥ ଶିଶୁକୁ ଏହିଭଳି ଫିଙ୍ଗାଯିବା ଘଟଣାକୁ ସାଧାରଣରେ ଗ୍ରହଣ କରୁନାହାନ୍ତି ଜନସାଧାରଣ । ତେଣୁ ଏହାର ତଦନ୍ତ ଅବଶ୍ୟକ ହୋଇପଡିଛି । କାରଣ ଏହା ଏକ ଅପରାଧ । ପୋଲିସ ଠିକ୍ ଭାବେ ତଦନ୍ତ କରିବା ନେଇ ଦାବି ମଧ୍ୟ ହୋଇଛି । କେଉଁ ଉଦ୍ଦେଶ୍ୟ ରଖି ଶିଶୁ କନ୍ୟାକୁ ଫିଙ୍ଗାଗଲା ତାହା ତଦନ୍ତ ସାପେକ୍ଷ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.