ନବଜାତ ଶିଶୁପୁତ୍ର ଉଦ୍ଧାର, ମେଡିକାଲରେ ଚିକିତ୍ସିତ
2/08/2019 at 5:26 PM

ବାଲିପାଟଣା ୨|୮: ବାଲିଅନ୍ତା ବ୍ଲକ୍ ବିଶୁନିଆପଡ଼ା ଗ୍ରାମ ପମ୍ପ୍ ହାଉସ୍ ନିକଟରୁ ନବଜାତ ଶିଶୁପୁତ୍ର ଉଦ୍ଧାର ହୋଇଛି । ଉଦ୍ଧାର ପରେ ଶିଶୁପୁତ୍ରକୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଶିଶୁପୁତ୍ରର ଅବସ୍ଥା ସ୍ଥିର ଥିବା ଡ଼ାକ୍ତର କହିଛନ୍ତି । ବିଶୁନିଆପଡ଼ା ପମ୍ପ୍ ହାଉସ୍ ନିକଟରେ ଶିଶୁପୁତ୍ରର କାନ୍ଦ ଶୁଣି କିଛି ଗ୍ରାମର ରଂଜନ ଦାସ ଶିଶୁପୁତ୍ରକୁ ଠାବ କରିଥିଲେ । ପରେ ଶିଶୁପୁତ୍ରକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । କେହି କୁମାରୀ ମାଆ ଲୋକଲଜ୍ଜା ଭୟରେ ଶିଶୁପତ୍ରକୁ ଫୋପାଡି ଦେଇଥିବା ଅନୁମାନ କରାଯାଉଛି ।
Related Posts
ଲକ୍ଷ୍ମୀଙ୍କ ଅପେକ୍ଷାର ଅନ୍ତ, ନିର୍ବିଘ୍ନରେ କରିବେ କାଳିଆ ଦର୍ଶନ
20 January 2021