Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ବରଗଛ ମୂଳରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର

19/04/2021 at 1:58 PM

ଖଲ୍ଲିକୋଟ ୧୯।୪: ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଫାଣ୍ଡି ଅନ୍ତର୍ଗତ ସାଙ୍କୁଡା ବାଙ୍କ ବନ୍ଧ ବର ଗଛ ମୂଳେ ଏକ ନବଜାତ ଶିଶୁର ମୃତଦେହ ପଡିରହିଥିବା ଦେଖିବାକୁ ମିଳିଛି । କାଉ, କୁକୁର ମଧ୍ୟ୍ୟ ଶିଶୁଟିକୁ ଝୁଣି ଥିବା ଭିଡ଼ିଓରୁ ସ୍ପଷ୍ଟ ବାରିହେଉଛି । କିଏ ଏବଂ କେଉଁ କାରଣରୁ ଶିଶୁ ପୁତ୍ରକୁ ରାସ୍ତା କଡରେ ପକେଇ ଚାଲି ଯାଇଛି ଜଣାପଡିନାହିଁ । ଏଭଳି କିଏ ନିଜ ଗର୍ଭଜାତ ଶିଶୁ ପୁତ୍ରକୁ ରାସ୍ତା କଡରେ ପକାଇ ଦେଇ ଲୋକ ଲଜ୍ଜାରୁ ବଞ୍ଚିବା ପାଇଁ ପଳାଇଛି କି ? ତାହା ଏବେ ସମସ୍ତଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି ନା ଆଉ କେହି ଏଇ ଶିଶୁ ପୁତ୍ରଟିକୁ ଫୋପାଡ଼ି ଚାଲିଯାଇଛି ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ । ଘଟଣାସ୍ଥଳରେ ବେଗୁନିଆପଡା ଫାଣ୍ଡି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

   Related Posts