ସ୍ବାସ୍ଥ୍ୟକେନ୍ଦ୍ର ପାଇଖାନାରୁ ମିଳିଲା ନବଜାତ ଶିଶୁର ମୃତଦେହ

Published By : Prameya-News7 Bureau | April 10, 2021 IST

ଘଟଗାଁ ୧୦।୪: ସ୍ବାସ୍ଥ୍ୟକେନ୍ଦ୍ର ପାଇଖାନାରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର ହୋଇଛି । କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ପାଇଖାନା ପ୍ୟାନ୍ ଭିତରୁ ଏକ ନବଜାତ ଶିଶୁ କନ୍ୟାର ମୃତଦେହ ଉଦ୍ଧାର କରାଯାଇଛି । ତେବେ ଶିଶୁ କନ୍ୟାଟି କାହାର ଏବଂ କିଏ ପକାଇଲା ସେନେଇ ଅନେକ ପ୍ରଶ୍ନ ଉଠୁଥିବା ବେଳେ ଘଟଣା ସମ୍ପର୍କରେ ହରିଚନ୍ଦନପୁର ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ମୃତଦେହଟି ୨-୩ ଦିନର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.