ଚିକିତ୍ସାରେ ଅବହେଳା ଯୋଗୁଁ ଚାଲିଗଲା ନବଜାତ ଶିଶୁ ପୁତ୍ରର ଜୀବନ, ଅଭିଯୋଗ ଆଣିଲେ ପରିବାର

Published By : Prameya-News7 Bureau | March 12, 2021 IST

ବାଙ୍କୀ ୧୨।୩: ନବଜାତ ଶିଶୁ ମୃତ୍ୟୁକୁ ନେଇ ପରିବାର ପକ୍ଷରୁ ବାଙ୍କୀ ଥାନାରେ ଏତଲା । ଗତ ମଙ୍ଗଳବାର ଦିନ ବାଙ୍କୀ ଥାନା ଅନ୍ତର୍ଗତ କିଆପଲା ଗ୍ରାମର ଜଣେ ପ୍ରସୂତୀ ଆସିଥିଲେ ବାଙ୍କୀ ମେଡିକାଲକୁ ଡେଲିଭରି ପାଇଁ । ହେଲେ ଡାକ୍ତର ତାଙ୍କୁ ପଠାଇ ଦେଇଥିଲେ ଅନ୍ୟତ୍ର । ତାଙ୍କ ସାଥିରେ ଆସିଥିବା ଆଶା ଦିଦି କିନ୍ତୁ ତାଙ୍କୁ ଡେଲିଭରି ପାଇଁ ନେଇଯାଇଥଲେ ବାଙ୍କୀରେ ଥିବା ଘରୋଇ ନର୍ସିଂହୋମକୁ । ସେଠାରେ ଶିଶୁ ପୁତ୍ର ଜନ୍ମ ନେଇଥିଲା । ପରେ ନବଜାତ ଶିଶୁ ପୁତ୍ରର ଦେହ ଅସୁସ୍ଥ ହେବାରୁ ତାଙ୍କୁ ଅନ୍ୟତ୍ର ନେଇ ଯିବାକୁ କହିଥିଲେ ଉକ୍ତ ନର୍ସିଂହୋମର ଦାୟିତ୍ବରେ ଥିବା କର୍ମଚାରୀ ।

ଶିଶୁଟିକୁ କଟକ ଶିଶୁ ଭବନକୁ ନେବା ବାଟରେ ମୃତ୍ୟୁ ହୋଇଥିଲା । ସେଠାରେ ଡାକ୍ତର ତାଙ୍କୁ ଘରକୁ ପଠାଇ ଦେଇଥିଲେ । ପରେ ମୃତ ଶିଶୁର ପରିବାର ଲୋକ ଏଭଳି ଅବହେଳା ପାଇଁ ଉଭୟେ ବାଙ୍କୀ ମେଡିକାଲ ଓ ନର୍ସିଂହୋମକୁ ଦାୟୀ କରିଛନ୍ତି । ଶେଷରେ ବାଙ୍କୀ ଥାନାରେ ଏତଲା ଦେଇଛନ୍ତି । ଉକ୍ତ ନର୍ସିଂହୋମର ଅବହେଳା ଯୋଗୁଁ ନବଜାତ ଶିଶୁର ମୃତ୍ୟୁ ଘଟିଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି । ତୁରନ୍ତ ଉକ୍ତ ନର୍ସିଂହୋମ୍ ବିରୋଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.