ବୁଦା ମୂଳରେ ପଡିଥିଲା ନବଜାତ ଶିଶୁ ପୁତ୍ର, ଉଦ୍ଧାର କଲେ ଗ୍ରାମବାସୀ

Published By : Prameya-News7 Bureau | April 06, 2021 IST

ରାଇରଙ୍ଗପୁର ୬।୪: ବୁଦା ମୂଳରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର । ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଏକଡାଳି ଗ୍ରାମର ଗ୍ରାମବାସୀଙ୍କ ଦ୍ବାରା ଶିଶୁ ପୁତ୍ର ଉଦ୍ଧାର ହୋଇଛି ।  

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ସକାଳ ୧୦ଟା ବେଳେ ଗ୍ରାମର ଏକ ଛୋଟ ପିଲା ଶୌଚ ହେବା ପାଇଁ ଯାଉଥିବା ସମୟରେ ଶିଶୁଟିର କାନ୍ଦ ଶୁଣିବାକୁ ପାଇଥିଲେ । ଏ ନେଇ ଗ୍ରାମବାସୀଙ୍କୁ ଖବର ଦେଇଥିଲେ । ଖବର ପାଇବା ପରେ ଗ୍ରାମବାସୀ ଘଟଣାସ୍ଥଳକୁ ଯାଇ ନବଜାତ ଶିଶୁ ପୁତ୍ରକୁ ଉଦ୍ଧାର କରି ୧୦୨ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ବିଜାତଳା ମେଡିକାଲକୁ ପଠାଇଛନ୍ତି ।  ଶିଶୁ ପୁତ୍ରଟି ସୁସ୍ଥ ଥିବା ଜଣାପଡିଛି। ତେବେ କିଏ ଏବଂ କେଉଁ କାରଣ ପାଇଁ ଶିଶୁ ପୁତ୍ରଟିକୁ ଏଠାରେ ଛାଡି ଯାଇଛନ୍ତି ତାହା ସ୍ପଷ୍ଟ ଜଣାପଡିନାହିଁ । ଏନେଇ ଅଧିକ ଖୋଳତାଡ ଜାରି ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.