ବଡବିଲରେ ରାସ୍ତାକଡ଼ରୁ ଶିଶୁ କନ୍ୟା ଉଦ୍ଧାର
9/09/2018 at 12:07 PM

କେନ୍ଦୁଝର ୯|୯: ଅଲୋଡା ହେଲା ଶିଶୁ କନ୍ୟା । ବଡ଼ବିଲ ୱାର୍ଡ ୪ ପଶୁପତି ନଗର ରାସ୍ତାକଡ଼ରୁ ଶିଶୁ କନ୍ୟା ଉଦ୍ଧାର । ଶିଶୁକନ୍ୟାଟି ଶୋଇଥିବାବେଳେ କାଉ ତାକୁ ଖୁମ୍ପୁଥିବାବେଳେ ଋଷି ଗିରି ନାମକ ଜଣେ ବ୍ୟକ୍ତି ଦେଖିଲେ । ସେଠାରୁ ଶିଶୁ ଉଦ୍ଧାର କରି ବଡ଼ବିଲ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଶିଶୁଟିର ସ୍ବାସ୍ଥ୍ୟ ଅବସ୍ଥା ଭଲ ରହିଛି । ଏନେଇ କେନ୍ଦୁଝର ଚାଇଲ୍ଡ ଲାଇନକୁ ଖବର ଦିଆଯାଇଛି । ଘଟଣା ସଂପର୍କରେ ଖବର ପାଇ ବଡ଼ବିଲ ପୋଲିସର ଛାନଭିନ ଆରମ୍ଭ କରିଛି । ତେବେ କିଏ ଓ କାହିଁକି ଏହି ନିଷ୍ପାପ ଶିଶୁ କନ୍ୟାକୁ ମୃତ୍ୟୁ ମୁଖରେ ଛାଡ଼ି ଦେଇଥିଲା ସେନେଇ ପ୍ରଶ୍ନ ଉଠିଛି ।
Related Posts
ବାଦାମପାହାଡ଼ ଅଞ୍ଚଳରେ ଅବକାରୀ ବିଭାଗର ଚଢ଼ାଉ: ବିପୁଳ ଦେଶୀ ମଦ ଜବତ, ୪ ଗିରଫ
24 February 2021
ଚୋରା ଚାଲାଣ କରୁଥିବା ୩ଟି ଲୁହାପଥର ବୋଝେଇ ଟ୍ରଲର ଜବତ, ୩ ଗିରଫ
24 February 2021