ରାସ୍ତାକଡରୁ ନବଜାତ ଶିଶୁ ପୁତ୍ରର ମୃତଦେହ ଉଦ୍ଧାର

Published By : Prameya-News7 Bureau | July 05, 2019 IST

ଭଣ୍ଡାରିପୋଖରୀ ୫|୭: ରାସ୍ତାକଡରୁ ନବଜାତ ଶିଶୁ ପୁତ୍ରର ମୃତଦେହ ଉଦ୍ଧାର ହୋଇଛି । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍ ଆନନ୍ଦବଜାର ସ୍ଥିତ ଲକ୍ଷ୍ମୀ ମନ୍ଦିର ନିକଟ ରାସ୍ତାକଡରୁ ମିଳିଛି ଶିଶୁ ପୁତ୍ରର ମୃତଦେହ । ଭଦ୍ରକ-ଆଖଣ୍ଡଳମଣି ରାସ୍ତାରେ ଯାଉଥିବାବେଳେ ରାସ୍ତା କଡରେ ପଡିଥିବା ଶିଶୁ ପୁତ୍ରଟିର ମୃତଦେହକୁ ଦେଖିଥିଲେ । ଏହାପରେ ଚାରିଆଡେ ଘଟଣାଟି ବ୍ୟାପିଯାଇଥିଲା । ଫଳରେ ଘଟଣାସ୍ଥଳରେ ଶହ ଶହ ସ୍ଥାନୀୟ ଲୋକ ରୁଣ୍ଡ ହୋଇଯାଇଥିଲେ । ନବଜାତକ ଶିଶୁ ପୁତ୍ରଟିକୁ କିଏ ରାସ୍ତା କଡରେ ଫିଙ୍ଗିଲା  ତାକୁ ନେଇ ପୋଲିସ ଛାନଭିନ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.