ଅଲୋଡା ହେଲା ନବଜାତ ଶିଶୁପୁତ୍ର, ଡଷ୍ଟବିନ୍‌ରୁ ଉଦ୍ଧାର

Published By : Prameya-News7 Bureau | July 30, 2021 IST

ରାଉରକେଲା ୩୦।୭: ନବଜାତ ଶିଶୁ ପୁତ୍ର ଉଦ୍ଧାର । ରାଉରକେଲା ସେକ୍ଟର-୨୦ ମିଶ୍ର ଖଟାଲ ନିକଟ ଡ଼ଷ୍ଟବିନରୁ ନବଜାତ ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇଛି । ଶିଶୁ ପୁତ୍ରକୁ କେହି ଗୁରୁବାର ବିଳମ୍ବିତ ରାତିରେ ଡ଼ଷ୍ଟବିନରେ ଫୋପାଡି ଚାଲିଯାଇଥିବା ବେଳେ ଶୁକ୍ରବାର ସକାଳେ ଶିଶୁ ପୁତ୍ର କାନ୍ଦୁଥିବାର ସ୍ଥାନୀୟ ଲୋକେ ଜାଣିପାରିଥିଲେ ।

ଚାଇଲ୍ଡ ଲାଇନ ପୋଲିସ ସହାୟତାରେ ସ୍ଥାନୀୟ ଲୋକ, ଏଭିବିପି ସଦସ୍ୟ ସହ ସ୍ବେଚ୍ଛାସେବୀ ଶିଶୁ ପୁତ୍ରକୁ ଉଦ୍ଧାର କରି ସ୍ଥାନୀୟ ଲୋକଙ୍କ ସହ କିଛି ସ୍ବେଚ୍ଛାସେବୀ ରାଉରକେଲା ସରକାରୀ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଶିଶୁ ପୁତ୍ରର ସ୍ବାସ୍ଥ୍ୟାବସ୍ଥା ଠିକ୍ ଥିବା ଡାକ୍ତର କହିଥିବା ବେଳେ ସ୍ବେଚ୍ଛାସେବୀ କହିଛନ୍ତି ଏହା ପ୍ରେମର କୁପରିଣତି । ଅନ୍ୟପଟେ ପୋଲିସ ଘଟଣାର ତନାଘନା ଆରମ୍ଭ କରିଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.