ନବଜାତ ଶିଶୁଙ୍କୁ ମିଳୁନି ପୋଷାକ: ଲକ୍ଡାଉନ୍ ଏବଂ ସଟ୍ଡାଉନ୍ ସାଜିିଛି ବାଧକ
24/04/2020 at 3:48 PM

ବାଲେଶ୍ବର୨୪/୪: ସାରା ରାଜ୍ୟ ଲକ୍ଡାଉନ୍। ପୁଣି ଗତକାଲି ତିନୋଟି ଜିଲ୍ଲା ଯାଜପୁର, ଭଦ୍ରକ ଓ ବାଲେଶ୍ବରକୁ ସଟ୍ଟାଉନ୍ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏହି ପରିପ୍ରେକ୍ଷୀରେ ଏକ ଅଦ୍ଭୁତ ଦୃଶ୍ୟ ସାମ୍ନାକୁ ଆସିଛି। ନବଜାତ ଶିଶୁଙ୍କୁ ମୁଳୁନି ପୋଷାକ। ଏହି କଥା କହିବାର ଅର୍ଥ, ନୂଆ କରି ଜନ୍ମ ହେଉଥିବା ଶିଶୁ ଖଣ୍ଡେ ପିନ୍ଧିବାକୁ ପାଉ ନାହିଁ। କାରଣ ବର୍ତ୍ତମାନ ପୂରା ବାଲେଶ୍ବର ଜିଲ୍ଲା ସଟ୍ଡାଉନ୍। ଲୁଗା ଦୋକାନଠାରୁ ଆରମ୍ଭ କରି ପନିପରିବା ଦୋକାନ ପର୍ଯ୍ୟନ୍ତ ସବୁ ବନ୍ଦ।

କେବଳ ସେତିକି ନୁହେଁ ଗୋଟେ ପିଲା ଜନ୍ମ ହେଲେ ଘରେ ଖୁସିରେ ଲହରୀ ଖେଳି ଯାଏ। ହେଲେ ବର୍ତ୍ତମାନ ପରିସ୍ଥିତିରେ ପିଲାର ଏକୋଇଶିଆରେ ନୂଆ ପୋଷାକ ପିନ୍ଧି ପାରୁ ନାହାନ୍ତି। ହିନ୍ଦୁଧର୍ମର ପରମ୍ପରା ଅନୁସାରେ ଏକୋଇଶିଆରେ ପିଲାକୁ ନୂଆ ପୋଷାକ ପିନ୍ଧା ଯାଇଥାଏ। କିନ୍ତୁ ଏବେ ସମ୍ଭବ ନୁହେଁ।

ବାଲେଶ୍ବର ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଦୈନିକ ୨୫ରୁ ଅଧିକ ପିଲା ଜନ୍ମ ହେଉଛନ୍ତି। ଆଉ ସେମାନଙ୍କ ବାପା ମାଆ ନିଜ ଜନ୍ମ କଲା ଶିଶୁକୁ ନୂଆ ପୋଷାକ ଖଣ୍ଡେ ଦେଇ ପାରୁ ନାହାନ୍ତି। ଏହି ଲକଡାଉନ ସମୟରେ ଜନ୍ମ ନେଇଥିବା ଅନେକ ଶିଶୁଙ୍କ ନାମକରଣ କରାଯାଇ ପାରୁ ନାହିଁ କି ଜ୍ୟୋତିଷ ସେମାନଙ୍କ ଜାତକ ତିଆରି କରି ପାରୁ ନାହିଁ । ଅପେକ୍ଷା କେବେ ଉଠିବ ଲକଡାଉନ , ନିଜ ପିଲା ପାଇଁ କିଣିବେ ପୋଷାକ ଆଉ ଜ୍ୟୋତିଷ ମୁହଁରୁ ବାପା ମାଆ ଶୁଣିବେ ନିଜ ପିଲାର ଭବିଷ୍ୟତ କଥା ଆଉ ରାଶି ଚକ୍ର , ଅପେକ୍ଷା ସେହି ଦିନକୁ ।