ନବଜାତ ଶିଶୁକନ୍ୟା ଉଦ୍ଧାର, ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | June 19, 2019 IST

ଢେଙ୍କାନାଳ ୧୯|୬: ଢେଙ୍କାନାଳରେ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି । ତେରମାଇଲ ସ୍ଥିତ ଜୋରନ୍ଦା ରେଡିଓ ଷ୍ଟେସନ ନିକଟରୁ ଉଦ୍ଧାର ହୋଇଛି । ଉଦ୍ଧାର ଶିଶୁକୁ ଜୋରନ୍ଦା ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ ଢେଙ୍କାନାଳ ଜିଲ୍ଲା ତେରମାଇଲ ସ୍ଥିତ ଜୋରନ୍ଦା ରେଡିଓ ଷ୍ଟେସନର ରେଷ୍ଟ ହାଉସ୍ ନିକଟରେ ଗ୍ରାମବାସୀ ଶିଶୁଟିକୁ ଦେଖି ଅଙ୍ଗନଓ୍ବାଡୀ କର୍ମୀଙ୍କୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପହଞ୍ଚି ଅଙ୍ଗନଓ୍ବାଡୀ କର୍ମୀ ଶିଶୁଟିକୁ ଉଦ୍ଧାର କରି ଜୋରନ୍ଦା ମେଡିକାଲରେ ଭର୍ତ୍ତି କରିଛନ୍ତି । କିଏ ଓ କେଉଁ ପରିସ୍ଥିତିରେ ଶିଶୁକୁ ଏଠାରେ ଛାଡିଲା ତାହା ଜଣାପଡିନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.