ରଖେ ହରି ତ ମାରେ କିଏ, ମାଟିତଳୁ ଉଦ୍ଧାର ହେଲା ଶିଶୁପୁତ୍ର

Published By : Prameya-News7 Bureau | May 30, 2020 IST

ଲକ୍ଷ୍ନୌ, ୩୦|୦୫: କଥାରେ ଅଛି ରଖେ ହରି ତ ମାରେ କିଏ । ଯେଉଁଠି ଭଗବାନ ନଚାହିଁବେ ସେଇଟି କାହାର ହେଲେ ଜୀବନ ଯିବ ନାହିଁ . ଏପରିକି ଅନେକ ଅସମ୍ଭବ କଥା ବି ସମ୍ଭବ ହେବ । ଏପରି ଏକ ଅସମ୍ଭବ ସମ୍ଭବ ହୋଇଛି ଉତ୍ତରପ୍ରଦେଶର ସନୌରା ଗ୍ରାମରେ । ଏହି ଗ୍ରାମରେ ମାଟିତଳୁ ଏକ ନଜଜାତ ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇଛି । ଏହାପରେ ଶିଶୁଟିକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଲକ୍ଷ୍ମୀନାମକ ଜଣେ ମହିଳା କହିଛନ୍ତି ଯେ, ସେ ଶିଶୁ ପୁତ୍ରକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବେ । ଏବେ ଶିଶୁକୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଶିଶୁଟି ଏକ ବିଲ ମଝିରେ ପୋତା ହୋଇ ରହିଥିଲା । ଗତ ୨୫ ତାରିଖରେ ଏହି ଘଟଣା ଘଟିବା ପରେ ଗ୍ରାମବାସୀ ସେହି ବିଲ ନିକଟରେ ରୁଣ୍ଡ ହୋଇଥିଲେ । ଶିଶୁଟିର କେବଳ ଗୋଡ ହିଁ ଦେଖିବାକୁ ମିଳିଥିଲା । ଏହାପରେ ତାକୁ ଉଦ୍ଧାର କରାଯାଇଥିଲା ।

ଶିଶୁଟିର ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ଯେ, ଆରମ୍ଭରୁ ଶିଶୁର ଅବସ୍ଥା ଗୁରୁତର ଥିଲା । ଏବେ ଏହା ସ୍ଥିର ରହିଛି । ପୋଲିସ ଏକ ମାମଲା ରୁଜୁ କରି ଏହାର ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.