Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ଚିକିତ୍ସା ଅବହେଳାରୁ ନବଜାତ ଶିଶୁର ମୃତ୍ୟୁ ଅଭିଯୋଗ, ଡାକ୍ତରଖାନାରେ ଉତ୍ତେଜନା

23/08/2020 at 9:27 PM

ଢ଼େଙ୍କାନାଳ୨୩/୮: ଚିକିତ୍ସା ଅବହେଳାରୁ ନବଜାତ ଶିଶୁର ମୃତ୍ୟୁ। ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଏଭଳି ଘଟଣା ଦେଖିବାକୁ ମିଳିଛି। ପୂର୍ବରୁ ମଧ୍ୟ ଏହି ହସ୍ପିଟାଲରେ ଅବହେଳା ଯୋଗୁଁ ଶିଶୁଙ୍କ ମୃତ୍ୟୁ ହୋଥିବାର ଅଭିଯୋଗ ରହିଛି। ଅଭିଯୋଗ ଅନୁସାରେ ଡାକ୍ତର ଓ କର୍ମଚାରୀଙ୍କ ଅବହେଳା ଯୋଗୁଁ ନବଜାତ ଶିଶୁର ମୃତ୍ୟୁ ହୋଇଛି। ଡାକ୍ତରଖାନା ବାରଣ୍ଡାରେ ପ୍ରସୂତି ନବଜାତ ଶିଶୁଟିକୁ ଜନ୍ମ ଦେଇଥିଲେ। ଶିଶୁଟି ତଳେ ପଡିଯିବାରୁ ତାର ମୃତ୍ୟୁ ହୋଇଥିବା କୁହାଯାଉଛି।  

ସୂଚନା ମୁତାବକ, ଗଁନ୍ଦିଆ ଥାନା ଅନ୍ତର୍ଗତ କାବେରା ନିକଟସ୍ଥ ଚବସିଆ କୋଡା ଗ୍ରାମର ପ୍ରଶାନ୍ତ ଦେହୁରୀଙ୍କ  ପତ୍ନୀ ସସ୍ମିଆ ଦେହୁରୀଙ୍କ ପ୍ରସୂତି ଜନିତ ଯନ୍ତ୍ରଣା ଯୋଗୁଁ ତାଙ୍କୁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଭର୍ତ୍ତି କରାଯାଇଥିଲା।ମାତ୍ର ତାଙ୍କ ଅବସ୍ଥା ଗୁରୁତର ଦର୍ଶାଇ ତାଙ୍କୁ ଡାକ୍ତର କଟକ ସ୍ଥାନାନ୍ତରିତ କରିଥିଲେ ।  ସେହି ଡାକ୍ତରଖାନାରେ ମହିଳା ଯନ୍ତ୍ରଣା ଅନୁଭବ କରିବା ସତ୍ତ୍ବେ ତାଙ୍କ ପ୍ରତି କେହି ଗୁରୁତ୍ବ ଦେଇ ନଥିଲେ। ଯାହାଫଳରେ ପ୍ରସୂତି ବିଭାଗ ଆଗରେ ଶିଶୁଟି ଜନ୍ମ ହୋଇଥିଲା। ତଳ ପକ୍କା ହୋଇଥିବାରୁ ଶିଶୁଟି ତଳେ ପଡି ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।

   Related Posts