Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICSE ଦଶମ ଏବଂ ଦ୍ବାଦଶ ପରୀକ୍ଷା ସ୍ଥଗିତ
  • ||
  • ଭାରତ ଆସିବ ପଳାତକ ନିରବ ମୋଦି, ଅନୁମତି ଦେଲେ ବ୍ରିଟେନ୍‌ ଗୃହ ମନ୍ତ୍ରଣାଳୟ
  • ||
  • ଢେଙ୍କାନାଳ : ଶ୍ବଶୁର ଘର ପଛପଟୁ ଜ୍ବାଇଁଙ୍କ ଝୁଲନ୍ତା ମୃତଦେହ ଠାବ, ଆସିଥିଲେ ସ୍ତ୍ରୀଙ୍କୁ ମନାଇବାକୁ
  • ||
  • ବାଲିପାଟଣା : ମାତ୍ର ୮ଶହ ଟଙ୍କା ଉଧାର ପାଇଁ ଗଲା ଜୀବନ, ମହିଳା ମଣ୍ଡଳ ସଭାନେତ୍ରୀଙ୍କ ପୁଅ ମାଡରେ ଜଣଙ୍କର ମୃତ୍ୟୁ
  • ||
  • ପୂର୍ବତନ କେନ୍ଦ୍ରମନ୍ତ୍ରୀ ହରସିମରତ କୌର ବାଦଲ କରୋନା ପଜିଟିଭ୍
  • ||
  • ଭୁବନେଶ୍ବର : ସଂକ୍ରମଣ ଆଗକୁ ଆହୁରି ବଢି ବଢି ଚାଲିବ – ସ୍ବାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଗୀତିକାର ପଣ୍ଡିତ କିରଣ ମିଶ୍ରଙ୍କ ଦେହାନ୍ତ: ୧୫ ଦିନ ପୂର୍ବରୁ ନେଇଥିଲେ ଭ୍ୟାକସିନ୍
  • ||
  • ଦ୍ୱିତୀୟ ଥର ପାଇଁ କରୋନା ସଂକ୍ରମିତ ହେ​‌ଲେ ମୁଖ୍ୟମନ୍ତ୍ରୀ ବି. ଏସ୍‌. ୟେଦିୟୁରପ୍ପା, କିଛି ଦିନ ପୂର୍ବେ ନେଇଥିଲେ ଭ୍ୟାକସିନ୍‌
  • ||
  • ଭୁବନେଶ୍ବର : ଭୁବନେଶ୍ବର UPDରେ ଜାରି ହେବ ୧୪୪ ଧାରା, ୨୭ଟି ସ୍ଥାନରେ ମୁତୟନ ହେବେ ବ୍ୟାପକ ପୋଲିସ
  • ||
  • ଭୁବନେଶ୍ବର : ଦଳବିରୋଧୀ କାର୍ଯ୍ୟ ପାଇଁ ସୁନ୍ଦରଗଡର ୨ ବିଜେଡି ନେତା ନିଲମ୍ବିତ
  • ||

ବାପା ହେଲେ ବାବୁସାନ, ଆସିଗଲେ ଉତ୍ତମ-ଅପରାଜିତାଙ୍କ ପରିବାରର ନୂଆ ସଦସ୍ୟ

7/04/2021 at 7:49 AM

ଭୁବନେଶ୍ୱର ୦୭।୦୪ : ବାପା ହେଲେ ଓଡ଼ିଆ ସିନେ ଜଗତର ସୁପରଷ୍ଟାର ବାବୁସାନ ମହାନ୍ତି। ମଙ୍ଗଳବାର ପୁତ୍ର ସନ୍ତାନର ବାପା ହେଲେ ଓଲିଉଡ଼ ଷ୍ଟାର ବାବୁସାନ। ଓଲିଉଡର ସୁପର୍‌ହିଟ୍‌ ଯୋଡ଼ି ଉତ୍ତମ-ଅପରାଜିତାଙ୍କ ପୁଅ ବାବୁଙ୍କ ମଙ୍ଗଳବାର ସନ୍ଧ୍ୟାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌ରେ ପୁତ୍ର ସନ୍ତାନ ଜନ୍ମ ହୋଇଛି । ଏନେଇ ସୋସିଆଲ୍‌ ମିଡିଆରେ ପୁଅର ଭିଡିଓ ଭାଇରାଲ୍‌ ହୋଇଥିଲା । ଏହାପରେ ଓଲିଉଡରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରୁ ଶୁଭେଚ୍ଛାର ସୁଅ ଛୁଟିଥିଲା ।

ଏନେଇ ଜଣେ ଓଲିଉଡ ପ୍ରଯୋଜକ ଏବଂ ଫିଲ୍ମ ପିଆର୍‌ଓ ସୂଚନା ଦେଇଛନ୍ତି ସନ୍ଧ୍ୟା ୬ରୁ ୭ଟାରେ ମଧ୍ୟରେ ବାବୁସାନଙ୍କ ପୁଅ ହୋଇଥିବା ଖବର ଆସିଥିଲା । ଉଭୟେ ମା’ ଏବଂ ପୁଅ ସୁସ୍ଥ ଅଛନ୍ତି । ଦୁଇଦିନ ତଳେ ବାବୁସାନଙ୍କ ପତ୍ନୀ ତୃପ୍ତି ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲା ବେଳେ ଆସନ୍ତା ୨ଦିନ ମଧ୍ୟରେ ଡିସ୍‌ଚାର୍ଜ ହେବେ । କରୋନା କଟକଣା ଥିବାରୁ କେହି ହସ୍ପିଟାଲ୍‌ ଯାଇପାରିନାହାନ୍ତି କେବଳ ଫୋନ୍‌ ଯୋଗେ ଶୁଭେଚ୍ଛା ଜଣାଇଛନ୍ତି । ବାବୁସାନ ଗତ ୨୦୧୪ ମସିହାରେ ବାନ୍ଧବୀ ତୃପ୍ତି ଶତପଥୀଙ୍କୁ ବିବାହ କରିଥିଲେ ।

   Related Posts