କେନାଲ ବନ୍ଧରୁ ନବଜାତ ଶିଶୁ କନ୍ୟା ଉଦ୍ଧାର

Published By : Prameya-News7 Bureau | December 28, 2018 IST

ଜଗତସିଂହପୁର ୨୮|୧୨:  ଜଗତସିଂହପୁର ଜିଲ୍ଲା ବାଲିକୁଦା ବଜାର ନିକଟସ୍ଥ ଏକ କେନାଲ ବନ୍ଧରୁ ନବଜାତ ଶିଶୁ କନ୍ୟା ଉଦ୍ଧାର କରାଯାଇଛି । ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର କର୍ମଚାରୀ ମାନେ ପହଞ୍ଚି ଶିଶୁଟିକୁ ସେଠାରୁ ଉଦ୍ଧାର କରିବା ସହ ଜଗତସିଂହପୁର ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି । ଶିଶୁଟିର ସ୍ବାସ୍ଥ୍ୟ ଭଲ ଥିବା ଡାକ୍ତର କହିଛନ୍ତି । ଶିଶୁଟିକୁ କେହି ମେଡିକାଲରେ ପ୍ରସବ କରିବା ପରେ ରାସ୍ତା କଡରେ ଫିଙ୍ଗି ଦେଇ ଚାଲି ଯାଇଥିବାର ଅନୁମାନ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.