Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଅଧାପୋତା ଅବସ୍ଥାରେ ନବଜାତ ଶିଶୁ ଉଦ୍ଧାର, ମା-ବାପାଙ୍କୁ ଖୋଜୁଛି ପୋଲିସ

8/09/2020 at 6:14 PM

ନୂଆଦିଲ୍ଲୀ ୦୮/୦୯:  ହଜିଗଲାଣି ମାନବିକତା ! ମାନବିକତା ଭୁଲି ମଣିଷ କରିବସୁଛି ବଡ଼  ଅପରାଧ। ପିଲାଟିଏ ଜନ୍ମ ଦେବାକୁ ଜଣେ ମା’ ​‌କେତେ ଯେ କଷ୍ଟ କରେ ତାହା ସମସ୍ତଙ୍କୁ ଜଣା । ଗୋଟିଏ ପରିବାରରେ ପିଲାଟିଏ ଜନ୍ମ ନେଲେ ସେତେବେଳର ଖୁସି କହିଲେ ନସରେ । କିନ୍ତୁ ଏବେ ଘଟୁଥିବା ଏଭଳି କିଛି ଘଟଣା ଶିଶୁମାନଙ୍କ ପ୍ରତି ମଣିଷର କୁତ୍ସିତ ମନୋଭାବକୁ ପଦାରେ ପକାଇଛି । ଆନ୍ଧ୍ରପ୍ରଦେଶର କ୍ରିଷ୍ଣାଭରମ ଗାଁ ନିକଟରେ ଘଟିଥିବା ଘଟଣା ସମ୍ପର୍କରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ।

ଗାଁର କିଛି ପଶୁପାଳକ ଛେଳି ଚରାଇବା ପାଇଁ ବିଲକୁ ଯାଇଥିବା ବେଳେ ଜଣେ ନବଜାତକର କାନ୍ଦିବା ସ୍ବର ଶୁଣିବାକୁ ପାଇଥିଲେ । କାନ୍ଦ ଶୁଭୁଥିବା ଦିଗରେ ପଶୁପାଳକମାନେ ଯିବା ପରେ ସେମାନେ ଯାହା ଦେଖିଲେ ତାହା ବିଶ୍ବାସ କରିପାରିଲେ ନାହିଁ। ନବଜାତ ଶିଶୁଟି ଏକ ଗର୍ତ୍ତରେ ଅଧାପୋତା ଅବସ୍ଥାରେ ଥିବା ବେଳେ ଅନବରତ କାନ୍ଦୁଥିଲା ।  ଏଭଳି ଏକ ଅବସ୍ଥାରେ ଶିଶୁଟିକୁ ଦେଖି ସେମାନେ ଗାଁଲୋକଙ୍କୁ ଡାକିଥିଲେ । ଗାଁର କିଛି ମହିଳା ସେଠାରେ ପହଞ୍ଚି ନବଜାତ ଶିଶୁକୁ ଉଦ୍ଧାର କରିଥିଲେ । ଉଦ୍ଧାର ଶିଶୁକୁ ଭଲ ଭାବେ ପାଣିରେ ସଫା କରିଥିଲେ । କାରଣ ଶିଶୁର ଶରୀର ସମ୍ପୂର୍ଣ୍ଣ କାଦୁଅ ଭର୍ତ୍ତି ଥିଲା । ପରେ ସ୍ବାସ୍ଥ୍ୟକର୍ମୀଙ୍କ ସହାୟତାରେ ଶିଶୁକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଗାଁ ଲୋକଙ୍କ ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶିଶୁର ଚିକିତ୍ସା ସମ୍ପର୍କରେ ବୁଝିବା ସହ ଶିଶୁଣ ଓଜନ ୧ କେଜି ଥିବା ଜାଣିବାକୁ ପାଇଥିଲା । ଶିଶୁକୁ ଉଦ୍ଧାର କରିଥିବା ମହିଳାଙ୍କ ମତରେ ସେହିଦିନ ସକାଳେ ଶିଶୁଟି ଜନ୍ମ ନେଇଥିଲା । ତେବେ​‌ ପୋଲିସ ଆଇପିସି ୩୧୭ରେ ମାମଲା ରୁଜୁ କରିବା ସହ ପିଲାର ମା-ବାପାଙ୍କୁ ଖୋଜିବାରେ ଲାଗିଛି । ପୋଲିସ୍‌ ଲଗାଇଥିବା ଦଫା ଅନୁସାରେ ଶିଶୁର ପିତା-ମାତା ବା ପାଳନକର୍ତ୍ତା ଧରାପଡ଼ିଲେ ସୋମନଙ୍କୁ ୭ ବର୍ଷ ଜେଲ ସାଙ୍ଗକୁ ଜରିମାନା ଦେବାକୁ ପଡ଼ିବ ।

‌  

   Related Posts