Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||

ନବଜାତ ଶିଶୁ ହାତରେ ଥିଲା ୬-୬ଟି ଆଙ୍ଗୁଳି, ନର୍ସ ଆଙ୍ଗୁଳି କାଟିଦେଇଥିବାରୁ ହେଲା ଶିଶୁର ମୃତ୍ୟୁ

11/11/2019 at 5:15 PM

ଏକ ସରକାରୀ ଚିକିତ୍ସାଳୟରେ ଜନ୍ମ ହୋଇଥିବା ଜଣେ ନବଜାତ ଶିଶୁପୁତ୍ର ହାତରେ ୬-୬ ଆଙ୍ଗୁଳି ଥିଲା। ଏହା ଦେଖି ନର୍ସ ଶିଶୁର ଦୁଇ ହାତରୁ ଗୋଟେ ଗୋଟେ ଆଙ୍ଗୁଳି କାଟିଦେଇଥିଲେ। ଫଳରେ ନବଜାତ ଶିଶୁର ମୃତ୍ୟୁ ହୋଇଛି। ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶ ହରଦୋଇ ଜିଲ୍ଲାରେ । ଶିଶୁର ବାପା ମହିଳା ସ୍ବାସ୍ଥ୍ୟ କର୍ମୀ ବିରୋଧରେ ଥାନାରେ  ଅଭିଯୋଗ କରିଛନ୍ତି। ପୋଲିସ  ଜଘନ୍ୟ ହତ୍ୟା ମାମଲା ରୁଜୁ କରି ଘଟଣାର ଯାଞ୍ଚ ଆରମ୍ଭ କରିଛି।

ସୂଚନାଯୋଗ୍ୟ ଯେ, ପ୍ରସବ ଯନ୍ତ୍ରଣା ହେବାରୁ ଲକ୍ଷ୍ମୀ ନାମକ ଜଣେ ମହିଳାଙ୍କୁ ଗତ ରବିବାର ରାତିରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଲକ୍ଷ୍ମୀଙ୍କ ସ୍ବାମୀ ରବିନ୍ଦ୍ରଙ୍କ କହିବା ଅନୁସାରେ ରବିବାର ସକାଳେ ଲକ୍ଷ୍ମୀ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଥିଲେ। ନବଜାତ ଶିଶୁ ହାତରେ ୫ ବଦଳରେ ୬-୬ଟି ଆଙ୍ଗୁଳି ଥିଲା। କିଛି ସମୟ ପରେ ମହିଳା ସ୍ବାସ୍ଥ୍ୟ କର୍ମୀ ବିଦ୍ୟା ନବଜାତ ଶିଶୁର ଗୋଟେ ଗୋଟେ ଆଙ୍ଗୁଳି କାଟିଦେଇଥିଲେ।

ଧୀରେ ଧୀରେ ଶିଶୁର ଅବସ୍ଥା ଖରାପ ହୋଇଥିଲା। ହେଲେ ଉଚିତ୍‌ ଚିକିତ୍ସା ନକରି ତାଙ୍କୁ ତରବରିଆ ଭାବେ ଡିସଚାର୍ଜ କରିଦିଆଯାଇଥିଲା। ଡାକ୍ତଖାନାରୁ ବାହାରିବା ସମୟରେ ଶିଶୁର ମୃତ୍ୟୁ ହୋଇଥିଲା।

ମହିଳା ସ୍ବାସ୍ଥ୍ୟ କର୍ମୀ ବିରୋଧରେ ମାମଲା ରୁଜୁ ହୋଇଛି ସତ। କିନ୍ତୁ ଶିଶୁର ଆଙ୍ଗୁଳି କାଟିବା ନେଇ ପରିବାର ଲୋକଙ୍କ ଅନୁମତି ନିଆଯାଇଥିଲା ନା ନାହିଁ ସେ ବିଷୟରେ ପୋଲିସ ତଦନ୍ତ କରୁଛି।

 

   Related Posts