ବାଲଟିରୁ ଉଦ୍ଧାର ହେଲା ନବଜାତ ଶିଶୁ ପୁତ୍ର, କଟା ହୋଇନଥିଲା ନାଭି

Published By : Prameya-News7 Bureau | June 10, 2021 IST

ହୋସିୟାରପୁର ୧୦।୬: କଳିଯୁଗରେ ମଣିଷ ଯେ କେତେ ତଳକୁ ଖସିଯାଇଛି ତାହା ଆମେ କଳ୍ପନା ବି କରିପାରିବାନି । ପଞ୍ଜାବ ହୋସିୟାରପୁରରେ ଏଭଳି ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଶିବାଲିକ୍ ଏନକ୍ଲେଭ ଷ୍ଟ୍ରିଟ୍ ନମ୍ବର ୩ରେ କେହି ଜଣେ ଅଜଣା ନବଜାତ ଶିଶୁକୁ ଏକ ବାଲ୍ଟିରେ ଫିଙ୍ଗି ଦେଇ ଛାଡି ଚାଲିଯାଇଥିଲେ ।

ଶିଶୁଟିର କାନ୍ଦିବା ଶୁଣି ଲୋକମାନେ କାଉନସିଲର ରଜନୀ ଡଡୱାଲ ଏବଂ ତାଙ୍କ ସ୍ବାମୀ ରମେଶ ଡଡୱାଲଙ୍କୁ ସୂଚନା ଦେଇଥିଲେ । ସ୍ଥାନୀୟ ଅଞ୍ଚଳରେ ରହୁଥିବା ଡାକ୍ତର ନୀଲମ ସିଦ୍ଧୁଙ୍କୁ ସେ ଏ ସଂପର୍କରେ ସୂଚନା ଦେଇଥିଲେ । ଡାକ୍ତର ନୀଲମ ସିଦ୍ଧୁ ଶିଶୁର ନାଭିକୁ କାଟିଥିଲେ ଯାହାକି ଏପର୍ଯ୍ୟନ୍ତ କଟାଯାଇନଥିଲା । ଶିଶୁର ନାଭିକୁ କାଟି ଗ୍ଲୁକୋଜ ଦିଆଯାଇଥିଲା । ଡାକ୍ତର ସିଦ୍ଧୁ କହିଛନ୍ତି ଯେ, ଶିଶୁଟି ପୁଅ ଏବଂ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛି । ଏ ସମ୍ପର୍କରେ କାଉନସିଲର ରଜନୀ ଡଡୱାଲ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶିଶୁଟିକୁ ନିଜ ହେପାଜତକୁ ଆଣି ଅଜମା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.