Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଘଟଣା, କାନ୍ଥରୁ ଟାଇଲ୍ସ ଖସି ମା ଓ ନବଜାତ ଶିଶୁ ଆହତ

12/05/2019 at 1:26 PM

ମାଲକାନଗିରି ୧୨|୫: ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘଟିଛି ଏକ ଅଭାବନୀୟ ଘଟଣା । ଚିକିତ୍ସାଳୟର ଦ୍ଵିତୀୟ ମହଲାରେ ଥିବା ପ୍ରସୂତି ବିଭାଗର ୨ ନମ୍ବର କେବିନର କାନ୍ଥରୁ ଟାଇଲସ ଖସି ପଡିବାରୁ ଏକ ନବଜାତ ଶିଶୁ ଓ ମାଆ ଆହତ ହୋଇଛନ୍ତି । ପ୍ରସୂତି ମହିଳା ଜଣକ ଜିଲ୍ଲାର ଏମଭି-୪୫ ଗ୍ରାମର ଗାୟତ୍ରୀ ମଣ୍ଡଳ । ଦୁର୍ଘଟଣା ପରେ ଡାକ୍ତରଖାନା ପକ୍ଷରୁ ଉଭୟଙ୍କର ଚିକିତ୍ସା କରାଯାଇଥିବା ଜଣାପଡିଛି ।

ତେବେ ଖବର ପାଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିବା ସହ ସମ୍ପୃକ୍ତ କେବିନର ମରାମତି କାର୍ଯ୍ୟ ଶେଷ ନହେବା ପର୍ଯ୍ୟନ୍ତ ତାହାକୁ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ଆଗାମୀ ଦିନରେ ଯେପରି ଏଭଳି କୌଣସି ଅଘଟଣ ନଘଟେ ସେଥିପ୍ରତି ମଧ୍ୟ ଦୃଷ୍ଟି ଦେବାପାଇଁ ସିଡିଏମଓ କହିଛନ୍ତି ।

   Related Posts