ମର୍ମନ୍ତୁଦ ଦୁର୍ଘଟଣା, ଗାଡି ଧକ୍କାରେ ମା' ଓ ନବଜାତ ଶିଶୁ ମୃତ

Published By : Prameya-News7 Bureau | June 22, 2019 IST

କେନ୍ଦ୍ରାପଡା ୨୨|୬: ଜନ୍ମ ହେବାର କିଛି ଘଣ୍ଟା ପରେ କୋଳେଇ ନେଲା ମୃତ୍ୟୁ । ଏମିତି ଏକ ଦୁଃଖଦ ଘଟଣା ଘଟିଛି କେନ୍ଦ୍ରାପଡ଼ାରେ । କେନ୍ଦ୍ରାପଡ଼ା ୫ ନମ୍ଵର ଜାତୀୟ ରାଜପଥ ଖମlରପଡା ଚ୍ଛକରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ନବଜାତ କନ୍ୟା ସନ୍ତାନ ସହ ମା ମାନିନୀ ମଲିକଙ୍କ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ ମାନିନୀଙ୍କ ସଂପର୍କୀୟା ଏବଂ ଆଶା କର୍ମୀ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ।

ମିଳିଥିବା ଖବର ଅନୁଯାଇ ମାର୍ଶାଘାଇ ଥାନା ଅନ୍ତର୍ଗତ ତେର ଗାଁ ପଟଣାର ମାନିନୀ ମଲିକଙ୍କର ଶୁକ୍ରବାର ରାତିରେ କେନ୍ଦ୍ରାପଡ଼ା ଡାକ୍ତରଖାନାରେ ଏକ କନ୍ୟା ସନ୍ତାନ ଜନ୍ମ ହୋଇଥିଲା । ଆଜି ସକାଳୁ ମାନିନୀ ନିଜ ନବଜାତ କନ୍ୟା ସନ୍ତାନ, ନିଜ ସମ୍ପର୍କୀୟ ବଡବୋଉ ଏବଂ ଜଣେ ଆଶାକର୍ମୀଙ୍କ ସହ ଏକ ଅଟୋ ଯୋଗେ ଘରକୁ ଫେରୁଥିଲେ । ଖମାରପଡା ଚ୍ଛକ ନିକଟରେ ଏକ ଟ୍ରକ୍ ସହ ମୁହାଁମୁହିଁ ଧକ୍କା ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ମା ଓ ଶିଶୁ କନ୍ୟାର ମୃତ୍ୟୁ ଘଟିଥିଲା । ଦୁର୍ଘଟଣା ପରେ ଅଟୋ ଡ୍ରାଇଭର୍ ଫେରାର୍ ହୋଇଯାଇଥିବା ବେଳେ ଦୁର୍ଘଟଣା ଘଟାଇଥିବା ଟ୍ରକ୍ କୁ ପୁଲିସ ଅଟକ ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.