Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କରୋନା ନେଲା ଆଉ ୨୨ଜଣଙ୍କ ଜୀବନ, ୨୨୭୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୨ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୨୩୯୦ ପଜିଟିଭ୍
  • ||
  • ନିରାଡମ୍ବର ଭାବେ ପାଳିତ ହେଉଛି ଇଦ୍-ଉଲ-ଫିତର, ଇଦଗାହରେ ହେବନାହିଁ ସାମୂହିକ ନମାଜ ପାଠ
  • ||
  • କମିବ କାଳବୈଶାଖି ପ୍ରଭାବ, ବଢିବ ଗୁଳୁଗୁଳି
  • ||
  • ଲଭ ୟୁ ଜିନ୍ଦେଗୀ ନୁହେଁ, ରୁଠ୍ ଗୟି ଜିନ୍ଦେଗୀ….ହସି ହସି ମହାମାରୀ ସହ ଲଢି ଲଢି ଚାଲିଗଲେ ୩୦ ବର୍ଷୀୟ ମହିଳା
  • ||

ବାରମ୍ବାର ପରାଜୟ ସତ୍ତ୍ବେ ଏହି ନେତାମାନେ ହିଁ ବିଜେପିର ପାଇବେ ଟିକେଟ, ୧୬ ଲୋକସଭା ଆସନରେ ନୂଆ ମୁହଁ, ଭୁବନେଶ୍ବରରେ ଅପରାଜିତା ଓ କଟକରେ ପିତାମ୍ବର

13/02/2019 at 6:47 PM

ଭୁବନେଶ୍ବର ୧୩|୨: ଟିକେଟ ପାଇଁ କଂଗ୍ରେସର  ଦିନ ତମାମ କସରତ ଚାଲିଥିବା ବେଳେ ପଦ୍ମ ଦଳରେ ବି ଟଣାଭିଡ଼ା କିଛି କମ ନାହିଁ। ଭିତରେ ଭିତରେ ନେତାଙ୍କ ମୁଣ୍ଡରେ ଟେନସନ। ମିଶନ ୧୨୦ ପ୍ଲସର ସ୍ବପ୍ମ ଦେଖୁଥିବା ବିଜେପି କାହାକୁ ଟିକଟ୍ ଦେବ, କାହାକୁ କାଟିବ ତାକୁ ନେଇ ଚାଲିଛି ଅଙ୍କକଷା ।

ବିଜୁ ଜନତା ଦଳ ପରେ ରାଜ୍ୟରେ ଏଥର ଭାରତୀୟ ଜନତା ପାର୍ଟି ଟିକଟର ଭାଉ ବେଶୀ । ଗଲା ୫ ବର୍ଷରେ ଦଳ ଢେର୍ ଆଗକୁ ଯାଇଛି । ଆଉ ଦଳ ଯେତେ ଆଗକୁ ଯାଇଛି, ଆଶାୟୀ ପ୍ରାର୍ଥୀଙ୍କ ସଂଖ୍ୟା ବି ସେତେ ବଢିଛି । ପୂର୍ବରୁ ସବୁ ନିର୍ବାଚନ ମଣ୍ଡଳୀରେ ଟିକଟ ଦେବା ବି ଦଳ ଲାଗି କାଠିକର ଥିଲା ।

ହେଲେ ଏଥର ପ୍ରତି ନିର୍ବାଚନମଣ୍ଡଳୀ ଲାଗି ଦାବିଦାର ଅନେକ । ଦଳର ତୁଙ୍ଗ ନେତାଙ୍କୁ ଧରି ନିଜ ନିଜ ହିସାବରେ ଲବି ଜୋରଦାର କରିଛନ୍ତି ନେତା । ତେବେ କିଏ ଟିକଟ ପାଇବ, କିଏ ପାଇବନି ତାକୁ ନେଇ ଚାଲିଛି ମାନସ ମନ୍ଥନ।

ନିର୍ବାଚନମଣ୍ଡଳୀରେ କାହାର ପଲ୍ଲା କେତେ ଭାରି ସେ ନେଇ ବିଭିନ୍ନ ପର୍ଯ୍ୟାୟରେ ସର୍ଭେ ବି ହୋଇଛି । ତେବେ ମେଣ୍ଟ ନିୟମରେ ୨୦୦୦ ଓ ୨୦୦୪ରେ ମାତ୍ର ୬୩ ବିଧାନସଭା ଆସନ ପାଉଥିଲା ଦଳ । ଗତ ୨ଟି ନିର୍ବାଚନରେ ସମସ୍ତ ଆସନରେ ଲଢିବାର ସୁଯୋଗ ମିଳିଛି । ଏକାକୀ ଲଢି ଲାଗାତର ହାରୁଥିବା କିଛି ବରିଷ୍ଠ ନେତାଙ୍କ ଟିକେଟ କଟୁ ନ ଥିଲେ ବି ଏଥର ଶେଷ ସୁଯୋଗ ହୋଇପାରେ ।

ସେଭଳି କିଛି ନେତା ହେଉଛନ୍ତି- ସୁରେଶ ପୂଜାରୀ, ମନମୋହନ ସାମଲ, ବିଷ୍ଣୁ ସେଠୀ, ସମୀର ଦେ, ସଂଗୀତ ସିଂହଦେଓ, ସୁରମୀ ପାଢୀ ପ୍ରମୁଖ । ସେପଟେ ଦଳ ୨୧ ଲୋକସଭାରୁ ସୁନ୍ଦରଗଡ଼, ବଲାଙ୍ଗିର, କେନ୍ଦୁଝର, ଢେଙ୍କାନାଳ ଓ କଳାହାଣ୍ଡିକୁ ଛାଡ଼ି ବାକି ୧୬ ଆସନରେ ପ୍ରାର୍ଥୀ ବଦଳାଇବା ନେଇ ସୂଚନା ମିଳିଛି ।

ଆସନ୍ତା ୧୫ ଦିନ ମଧ୍ୟରେ ପ୍ରାର୍ଥୀ ତାଲିକା ଚୁଡ଼ାନ୍ତ କରି କେନ୍ଦ୍ରୀୟ କମିଟିକୁ ପଠାଯିବ । ଭୁବନେଶ୍ବରରୁ ଅପରାଜିତା ଷଡ଼ଙ୍ଗୀ, କଟକରୁ ପୀତାମ୍ବର ଆଚାର୍ଯ୍ୟ ପ୍ରମୁଖ ଲଢିବା ନେଇ ଗ୍ରୀନ ସିଗନାଲ୍ ଆସିଛି ।

ଏଥର କେଉଁ ଆସନରୁ କିଏ ଲଢିବ ସେ ନେଇ ଦଳର ଚେହେରା କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିଷ୍ପତ୍ତି ହିଁ ସବୁଠାରୁ ବେଶୀ ଗୁରୁତ୍ବ ବହନ କରିବ ।  ସେପଟେ ବିଜେପି ପ୍ରାର୍ଥୀ ଚୟନରେ ଆରଏସଏସ ସୁପାରିଶ ନେଇ ବି ଚର୍ଚ୍ଚା ରହିଛି ।.

   Related Posts