Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭଦ୍ରକ ବିଜେଡି ମୁରବୀ ଶୂନ୍ୟ ! ଉତ୍ତର ରଖିଲା ନୂଆ ଟିମ୍

13/04/2019 at 2:51 PM

ଭଦ୍ରକ ୧୩|୪: ଭଦ୍ରକ ବିଜେଡିରେ ଅଲ୍ ଇଜ୍ ନଟ୍ ୱେଲ୍ । ଟିକେଟ୍ ନମିଳିବାରୁ ଦଳ ଛାଡ଼ି ପଦ୍ମ ପୋଖରୀକୁ ଡେଇଁ ପଡ଼ିଲେ ସାଂସଦ ଅର୍ଜୁନ ସେଠୀ । ଆଉ ବିଜେପି ଅର୍ଜୁନଙ୍କ ପୁଅ ଅଭିମନ୍ୟୁଙ୍କୁ ସାଂସଦ ପ୍ରାର୍ଥୀ କରାଇଛି । ସେପଟେ ଟିକେଟ ବଣ୍ଟାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ବିଧାୟକ ଯୁଗଳ କିଶୋର ପଟ୍ଟନାୟକ । ବିଜେଡିରେ ଭଦ୍ର ଲୋକ ରହିପାରିବେ ନାହିଁ କହି ବିଷ ଓଗାଳିଛନ୍ତି  ଅର୍ଜୁନ।

ଭଦ୍ରକ ଜିଲ୍ଲା ବିଜେଡିରେ କଣ ଚାଲିଛି । ଜିଲ୍ଲା ବିଜେଡି କଣ ସତରେ ମୁରବୀ ଶୂନ୍ୟ ହୋଇଯାଇଛି । ଟିକେଟ୍ ମିଳିଲାନି । ତେଣୁ ସାଂସଦ ଅର୍ଜୁନ ସେଠୀ ବିଜେପି କ୍ୟାମ୍ପକୁ ଡିଆଁ ମାରିଲେ । ସେପଟେ ତାଙ୍କ ପୁଅ ଅଭିମନ୍ୟୁ ସେଠୀ ସାଂସଦ ବିଜେପି ସାଂସଦ ପ୍ରାର୍ଥୀ ହୋଇଛନ୍ତି । ଆଉ ଟିକେଟ୍ ନମିଳିବାରୁ ବିଧାୟକ ଯୁଗଳ କିଶୋର ପଟ୍ଟନାୟକ ବିଷୋଦଗାର କରିଛନ୍ତି । ଦଳରେ ଭଦ୍ର ଲୋକଙ୍କ ସ୍ଥାନ ନାହିଁ । ବିଜେଡି ଦଲାଲ ଏବଂ ମାଫିଆଙ୍କୁ ଗୁରୁତ୍ବ ଦେଉଥିବା କହି ବିଷ ଓଗାଳିଛନ୍ତି । ଜିଲ୍ଲା ବିଜେଡି ମୁରବୀ ଶୂନ୍ୟ ହୋଇଯାଇଥିବା କହି କଟାକ୍ଷ କରିଛନ୍ତି ।

ତବେ ବିଧାୟକଙ୍କ କଥାକୁ ହସରେ ଉଡାଇ ଦେଇଛନ୍ତି ଦଳର ନୂଆ ଜିଲ୍ଲା ସଭାପତି  ଜଗନ୍ନାଥ ସ୍ବାଇଁ । ସେହିପରି ଧାମନଗର ମୁକ୍ତିକାନ୍ତ ମଣ୍ଡଳ ବି ଜବାବ ରଖିଛନ୍ତି  ଯୁଗଳଙ୍କ ପ୍ରତିକ୍ରିୟାର । ବିଜେଡିରେ ଜଣେ ମୁରବି , ସେ ହେଉଛନ୍ତି ନବୀନ ପଟ୍ଟନାୟକ । ଦଳ କେମିତି ମୁରବୀ ଶୂନ୍ୟ ହେଲା ବୋଲି ସେ ଓଲଟା ପ୍ରଶ୍ନ କରିଛନ୍ତି । 

ଅର୍ଜୁନ ସେଠୀ ବିଜେପି ଶିବିରରେ ।  ଆଉ ବିଧାୟକ ଯୁଗଳ ପଟ୍ଟନାୟକ ମଇଦାନକୁ ଆସୁ ନାହାଁନ୍ତି । ଭଦ୍ରକ ଜିଲ୍ଲ ବିଜେଡି ନୂଆ ଟିମକୁ ନେଇ କତେ ସ୍କୋର କରିବ , ତାହା ମେ ୨୩ରେ ହିଁ ଜଣାପଡ଼ିବ ।

   Related Posts