Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||

ବଦଳିଲେ ନ୍ୟୁଜିଲାଣ୍ଡର ବ୍ୟାଟିଂ କୋଚ୍, ଲ୍ୟୁକ୍ ରୋଞ୍ଚିଙ୍କୁ ମିଳିଲା ଦାୟିତ୍ୱ

4/11/2020 at 4:28 PM

ନୂଆଦିଲ୍ଲୀ,/ ୧୧କରୋନା ଭାଇରସର ଆତଙ୍କ ମଧ୍ୟରେ ନ୍ୟୁଜିଲାଣ୍ଡ ଚଳିତ ମାସରେ ନିଜର ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାକୁ ଯାଉଛି । ନ୍ୟୁଜିଲାଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଏହି ମୁକାବିଲା ଖେଳାଯିବ। ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ନ୍ୟୁଜିଲାଣ୍ଡ ଟିମରେ ଅଦଳବଦଳ ହୋଇଛି। ଏପରିକ ଦଳର କୋଚରେ ମଧ୍ୟ ପରିବର୍ତ୍ତନ କରାଯ।ଇଛି। ନ୍ୟୁଜିଲାଣ୍ଡ ଟିମର ପୂର୍ବ ଓ୍ବିକେଟ କିପର ବ୍ୟାଟ୍ସମ୍ୟାନ୍‌ ଲ୍ୟୁକ୍‌ ରୋଞ୍ଚିଙ୍କୁ ଟିମର ମୁଖ୍ୟ ବ୍ୟାଟିଂ କୋଚ୍ ଭାବେ ନିଯୁକ୍ତି କରିଛି ନ୍ୟୁଜିଲାଣ୍ଡ କ୍ରିକେଟ୍‌ ବୋର୍ଡ। ୩୯ ବର୍ଷିୟ ରୋଞ୍ଚି ବର୍ତ୍ତମାନ ପିଟର ଫୁଲ୍ଟନଙ୍କ ସ୍ଥାନ ନେବେ। ସୂଚନାଥାଉକି, ଫୁଲ୍ଟନ୍‌ ଜୁଲାଇ ମାସରେ ନିଜ ପଦରୁ ଇପ୍ତଫା ଦେଇଥିଲେ।

ରୋଞ୍ଚି ନ୍ୟୁଜିଲାଣ୍ଡ ପକ୍ଷରୁ ମୋଟ ୪ଟି ଟେଷ୍ଟ ମ୍ୟାଚ୍, ୮୫ଟି ଦିନିକିଆ ଓ ୩୩ଟି ଟି-୨୦ ମ୍ୟାଚ୍‌ ଖେଳିଛନ୍ତି। ସେ ଏବେ ନ୍ୟୁଜିଲାଣ୍ଡ ଟିମର ମୁଖ୍ୟ କୋଚ୍‌ ଗ୍ୟାରୀ ଷ୍ଟିଡ ଓ ବୋଲିଂ କୋଚ୍‌ ଶେନ୍‌ ଜର୍ଗସନଙ୍କ ସହିତ ମିଶି କାର୍ଯ୍ୟ କରିବେ। ରୋଞ୍ଚି ବିଗତ ୨ ବର୍ଷ ହେବ ନ୍ୟୁଜିଲାଣ୍ଡ ଟିମ୍‌ ପକ୍ଷରୁ ଖେଳି ଆସିଛନ୍ତି। ସେ ୨୦୧୯ କ୍ରିକେଟ ବିଶ୍ବକପରେ ନ୍ୟୁଜିଲାଣ୍ଡ ଟିମର ସଦସ୍ୟ ଥିଲେ।

ରୋଞ୍ଚିଙ୍କୁ ଏହି ଦାୟିତ୍ବ ମିଳିବା ପରେ ସେ ଖୁସି ବ୍ୟକ୍ତ କରିଛନ୍ତି। ରୋଞ୍ଚି କହିଛନ୍ତି ଯେ, ସେ ବହୁତ ଖୁସି। ପୂର୍ବରୁ ଟିମ ପକ୍ଷରୁ ଖେଳି ବହୁତ ଖୁସି ଲାଗୁଥିଲା ଏବଂ ଏହି ଗୁରୁ ଦାୟିତ୍ବ ପାଇବା ପରେ ଆହୁରି ଖୁସି ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ଟିମ୍‌ର‌ ବ୍ୟାଟ୍ସମ୍ୟାନ୍‌ଙ୍କ ସହିତ ଲଗାତର ଭାବେ କାମ କରିବାକୁ ଭଲ ସୁଯୋଗ ମିଳିଛି। ଏହା ଏକ ଗୁରୁଦାୟିତ୍ବ। ମୁଖ୍ୟ କୋଚ୍‌ ଓ ବୋଲିଂ କୋଚ୍‌ ମିଳିତ ଭାବେ ଭଲ ରଣନୀତି କରି ଏକ ଭଲ ଟିମରେ ପରିଣତ କରିବାକୁ ଉଦ୍ୟମ କରାଯିବ ବୋଲି ସେ କହିଛନ୍ତି।

   Related Posts