ସନ୍ଦୀପ କଟାରିଆ ହେଲେ ବାଟା ଗ୍ଲୋବାଲର ସିଇଓ, ପ୍ରଥମ ଭାରତୀୟ ଭାବେ ମିଳିଲା ଦାୟିତ୍ୱ

Published By : Prameya-News7 Bureau | December 01, 2020 IST

ନୂଆଦିଲ୍ଲୀ,୦୧/୧୨:  ଜୋତା କମ୍ପାନୀ ବାଟା ସୁ ଅର୍ଗାନାଇଜେସନର ନୂଆ ସିଇଓ ହେଲେ ଜଣେ ଭାରତୀୟ । ବାଟା ଇଣ୍ଡିଆର ସିଇଓ ସନ୍ଦୀପ କଟାରିଆଙ୍କୁ କମ୍ପାନୀ ଗ୍ଲୋବାଲ ଲେବୁଲ ସିଇଓ ଭାବେ ଘୋଷଣା କରିଛି । କମ୍ପାନୀ ଏକ ପ୍ରତିକ୍ରିୟାରେ କହିଛି ଯେ, ନଭେମ୍ବର ୩୦ରେ ସନ୍ଦୀପଙ୍କୁ ଏହି ପଦୋନ୍ନତି ଦିଆଯାଇଛି । କମ୍ପାନୀର ସିଇଓ ହୋଇଥିବା ସନ୍ଦୀପ ହେଉଛନ୍ତି ପ୍ରଥମ ଭାରତୀୟ । ସେ ଆଲେକ୍ସିସ୍ ନାସାର୍ଡଙ୍କ ସ୍ଥାନ ନେବେ । କଟାରିଆର ୨୦୧୭ରେ ଭାରତରେ କମ୍ପାନୀର ସିଇଓ ଭାବେ କାମ କରି ଆସୁଥିଲେ । ଏବେ ସେ ଗ୍ଲୋବାଲ ସିଇଓ ଭାବେ ଦାୟିତ୍ୱ ସମ୍ପନ୍ନ କରିବେ ।

ଆଇଆଇଟି ଦିଲ୍ଲୀରୁ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଥିବା ସନ୍ଦୀପ ୧୯୯୩ରେ ସ୍ୱର୍ଣ୍ଣ ପଦକ ଲାଭ କରିଥିଲେ । ତାଙ୍କ ପାଖରେ ୨୪ ବର୍ଷର ଅଭିଜ୍ଞତା ରହିଛି । ସେ ଭାରତ ଓ ୟୁରୋପରେ ୟୁନିଲିଭର, ୟମ୍ ବ୍ରାଣ୍ଡସ୍ ଓ ଭୋଡାଫୋନରେ କାମ କରି ସାରିଛନ୍ତି । ସେ ୧୭ ବର୍ଷ ଯାଏଁ ୟୁନିଲିଭରରେ ରହିଥିଲେ । ବାଟା ଇଣ୍ଡିଆ ପୂର୍ବରୁ ସେ ଭୋଡାଫୋନ ଇଣ୍ଡିଆର ଚିଫ୍ କମର୍ସିଆଲ ଅଫିସର ରହିଥିଲେ ।

{"id":370592,"sizeSlug":"large"}

ଜୁଲାଇ ୨୦୧୭ରେ ସନ୍ଦୀପ ବାଟା ଇଣ୍ଡିଆରେ ସାମିଲ ହୋଇଥିଲେ । ତାଙ୍କୁ ଦୁଇ ବର୍ଷ ପରେ ଇଣ୍ଡିଆ ରିଜିଅନର ସଭାପତି କରାଯାଇଥିଲା । ତାଙ୍କ ନେତୃତ୍ୱରେ ବାଟାର ଲାଭ ବଢିଥିଲା । ସେ ଯୁବକଙ୍କୁ ବାନ୍ଧି ରଖିବାରେ ସଫଳ ହୋଇଥିଲେ । ୨୦୧୯-୨୦ରେ ବାଟା ଇଣ୍ଡିଆ ର ମୋଟ୍ ଲାଭ ୩୨୭ କୋଟି ଥିଲା ଓ ରାଜସ୍ୱ ୩୦୫୩ କୋଟି ଟଙ୍କା ଥିଲା ।

ସୂଚନାଯୋଗ୍ୟ, ବାଟା ଭାରତରେ ଦୀର୍ଘ ଦିନ ହେବ କାରବାର କରୁଛି । ଆଜିଠୁ ପ୍ରାୟ ୯୦ ବର୍ଷ ତଳେ ଦେଶରେ ପାଦ ଥାପିଥିଲା ବାଟା । ଏହାର ପ୍ରଥମ ଫାକ୍ଟ୍ରି କୋଲକାତାରେ ଖୋଲିଥିଲା । ଏହା ମଧ୍ୟବିତ୍ତ ଗ୍ରାହକଙ୍କୁ ଆକୃଷ୍ଟ କରିଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.