ନୂଆଦିଲ୍ଲୀ ୨୨।୦୯: ବ୍ୟାଙ୍କ ଗ୍ରାହକଙ୍କ ହିତର ରକ୍ଷା ପାଇଁ ବ୍ୟାଙ୍କିଙ୍ଗ୍ ରେଗୁଲେସନ ବିଲ୍କୁ ଲୋକସଭା ପରେ ରାଜ୍ୟସଭାରେ ମଞ୍ଜୁରୀ ମିଳି ଯାଇଛି। ଏହି ଆଇନ ଆଧାରରେ ଦେଶର ସମବାୟ ବ୍ୟାଙ୍କ ଆରବିଆଇର ତତ୍ଵାବଧାନରେ କାମ କରିବେ। କେନ୍ଦ୍ର ସରକାରଙ୍କ କହିବା କଥା ନୂତନ ଆଇନରେ ସମବାୟ ବ୍ୟାଙ୍କ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ(ଆରବିଆଇ) ଅଧିନରେ ରହିବ। ଏଥିରେ ବ୍ୟାଙ୍କରେ ଜମା ଲୋକଙ୍କ ଅର୍ଥ ଆହୁରି ସୁରକ୍ଷିତ ହୋଇ ପାରିବ। ଦେଶରେ ସମବାୟ ବ୍ୟାଙ୍କର ସ୍ଥିତି ବିଗିଡିବାରେ ଲାଗିଛି ଏବଂ ଅନେକ ତ୍ରୁଟି ସାମ୍ନାକୁ ଆସିବା ପରେ କେନ୍ଦ୍ର ସରକାର ବ୍ୟାଙ୍କିଙ୍ଗ ରେଗୁଲେସନ ଆକ୍ଟ ୧୯୪୯ରେ ସଂଶୋଧନ କରିବାକୁ ନିଷ୍ପତ୍ତି ନେଇଥିଲେ।
ଏବେ କଣ ହେବ
ନୂତନ ଆଇନ ନୂତନ ଅଧ୍ୟାଦେଶର ସ୍ଥାନ ନେବ। ଏବେ ଦେଶର ୧୪୮୨ ସମବାୟ ବ୍ୟାଙ୍କ ଆରବିଆଇ ଅଧିନକୁ ଆସିଯିବ। ଏହି ଆକ୍ଟ ଜରିଆରେ ଆରବିଆଇକୁ ଏହି ସବୁ ବ୍ୟାଙ୍କଗୁଡିକର ପୁନର୍ଗଠନ ଏବଂ ମିଶ୍ରଣ କରିବାର ଅଧିକାର ମିଳିଯିବ। ଏଥିପାଇଁ ବ୍ୟାଙ୍କିଙ୍ଗ ନେଣଦେଣକୁ ମୋରାଟୋରିୟମରେ ରଖିବାର ଆବଶ୍ୟକତା ମଧ୍ୟ ନାହିଁ। ଏହା ବ୍ୟତୀତ ଆରବିଆଇ ଯଦି ବ୍ୟାଙ୍କ ଉପରେ ମୋରାଟୋରିୟମ ଲାଗୁ କରେ ତେବେ କର୍ପୋରେଟିଭ୍ ବ୍ୟାଙ୍କ କୌଣସି ଲୋନ୍ ଜାରି କରି ପାରିବେ ନାହିଁ ନା ଜମା ପୁଞ୍ଜିର କିଏ ନିବେଶ କରି ପାରିବ।
ଜମାକାରୀଙ୍କ ହିତ ରକ୍ଷା ପାଇଁ ବ୍ୟାଙ୍କର କୌଣସି ମଲଟିଷ୍ଟେଟ୍ କପୋରେଟିଭ୍ ବ୍ୟାଙ୍କର ନିର୍ଦ୍ଦେଶକ ବୋର୍ଡକୁ ଭଙ୍ଗ କରି ପାରିବ ଏବଂ ଦାୟିତ୍ଵ ଆରବିଆଇ ନିଜ ହାତକୁ ନେଇ ପାରେ। କେବଳ ଏତିକି ନୁହେଁ ଯଦି ଆରବିଆଇ ଚାହିଁବ ତେବେ ବ୍ୟାଙ୍କଗୁଡିକୁ ଏହି ନିୟମଠୁ ଭିନ୍ନ କିଛି ନୋଟିଫିକେସନ ମଧ୍ୟ ଜାରି କରି ପାରିବ।
ନୂତନ ବ୍ୟାଙ୍କିଙ୍ଗ ଆକ୍ଟ ଆଧାରରେ ୧୯୪୯ରେ ସଂଶୋଧନ ନିଷ୍ପତ୍ତି ଗ୍ରାହକଙ୍କ ହିତକୁ ଦୃଷ୍ଟିରେ ରଖି ନିଆଯାଇଛି। ଯଦି ଏବେ କୌଣସି ବ୍ୟାଙ୍କ ଡିଫଲ୍ଟ ହୁଏ ତେବେ ଜମାକାରୀଙ୍କ ୫ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ସଂପୂର୍ଣ୍ଣ ସୁରକ୍ଷିତ ରହି ପାରିବ। ଅର୍ଥ ମନ୍ତ୍ରୀ ୨୦୨୦ ଫେବୃଆରୀ ୧ରେ ଉପସ୍ଥାପିତ ବଜେଟ୍ରେ ଏହି ରାଶିକୁ ୧ ଲକ୍ଷରୁ ବଢାଇ ୫ ଲକ୍ଷ କରିଥିଲେ।
ଏମିତିରେ ଯଦି କୌଣସି ବ୍ୟାଙ୍କ ବୁଡିଯାଏ କି ଦେବାଳିଆ ହୁଏ ତେବେ ଜମାକାରୀଙ୍କୁ ସର୍ବାଧିକ ୫ ଲକ୍ଷ ଟଙ୍କା ମିଳିବ। ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଯେତେ ଟଙ୍କା ଥିଲେ ମଧ୍ୟ ସର୍ବାଧିକ ୫ ଲକ୍ଷ ଟଙ୍କା ମିଳିବ।