ଅକ୍ଟୋବର ପହିଲାରୁ ବ୍ୟାଙ୍କିଂ ନିୟମ ବଦଳିବ : ନୂଆ ଏଟିଏମ କାର୍ଡ, କ୍ରେଡିଟ୍ କାର୍ଡ ନିୟମ ଲାଗୁ ହେବ, ଜାଣନ୍ତୁ ଆଉ ସବୁ କ’ଣ କ’ଣ…

Published By : Prameya-News7 Bureau | September 30, 2020 IST

ନୂଆଦିଲ୍ଲୀ, ୩୦ ।୦୯: ଗତ କିଛିଦିନ ଧରି ବିଭିନ୍ନ ବ୍ୟାଙ୍କ୍ ପକ୍ଷରୁ ଖାତାଧାରକଙ୍କୁ ଡେବିଟ୍ କାର୍ଡ ବାବଦରେ ମେସେଜ ଆସୁଛି । ସେପ୍ବେମ୍ବର ୩୦ ପରେ ଡେବିଟ୍ କାର୍ଡରେ ଅନଲାଇନ୍ ଟ୍ରାଞ୍ଜାକ୍ସନ ବନ୍ଦ ହୋଇଯିବ ବୋଲି ମେସେଜରେ ଉଲ୍ଲେଖ ରହିଛି । ତେବେ ଆସନ୍ତୁ ଜାଣିବା କଣ କହୁଛି ଭାରତୀୟ ରିଜର୍ଭ ବ୍ୟାଙ୍କର ଗାଇଡଲାଇନ୍ । ଯାହା ଅକ୍ଟୋବର ୧ରୁ ସାରା ଦେଶରେ ଲାଗୁ ହେବ ।

୧ ଆରବିଆଇ ପକ୍ଷରୁ ସମସ୍ତ ବ୍ୟାଙ୍କକୁ ଡେବିଟ୍ କାର୍ଡ ବନ୍ଦ କରିବା ନେଇ ନିର୍ଦ୍ଦେଶ ଦିଆଯାଇଛି । କେବଳ ସେହି ଡେବିଟ୍ କାର୍ଡ ବନ୍ଦ ହେବ ଯାହାକୁ ୟୁଜର କେବେ ହେଲେ ଅନଲାଇନ୍ ପେମେଣ୍ଟ ବା ଡିଜିଟାଲ ପେମେଣ୍ଟରେ ବ୍ୟବହାର କରି ନାହାଁନ୍ତି ।

୨ କାର୍ଡ କ୍ଲୋନିଂ ଠକେଇକୁ ନଜରରେ ରଖି ଏହି ନିଷ୍ପତ୍ତି ନିଆଯାଇଛି ।

୩ ନୂଆ ନିୟମରେ କାର୍ଡଧାରକ ନିଜର ଦୈନିକ ଏଟିଏମରୁ ଉଠାଣ ଓ ଦୈନିକ ଖର୍ଚ୍ଚ ବାବଦରେ ନିଜେ ଚୟନ କରିବେ ।

୪ ଏହାସହ କାର୍ଡଧାରକଙ୍କ ପାଖରେ କାର୍ଡ ସମ୍ବନ୍ଧୀୟ ବିଭିନ୍ନ ସେବାକୁ ବନ୍ଦ କରିବା ପାଇଁ ବିକଳ୍ପ ରହିବ ।

୫ ସମସ୍ତ ଡେବିଟ୍ ଓ କ୍ରେଡିଟ୍ କାର୍ଡଧାରୀ ଏହି ନୂଆ ନିୟମ ଅଧିନରେ ଆସିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.