Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୩ ଦିନିଆ ରିମାଣ୍ଡରେ ଯିବେ ଅଭୟକାନ୍ତ ପାଠକ: ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ଦେଲେ ଅନୁମତି
  • ||
  • ଭୁବନେଶ୍ୱର : କମିଲା କରୋନା ପରୀକ୍ଷା ଦର, ଏଣିକି ୪ଶହ ଟଙ୍କାରେ ହେବ କୋଭିଡ୍ RT-PCR ଟେଷ୍ଟ
  • ||
  • କଳାହାଣ୍ଡି : ଜମିବାଡ଼ି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୪ ଆହତ
  • ||
  • ଜି.ଉଦୟଗିରି : ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ଜଣେ ମୃତ, ୨ ଗୁରୁତର
  • ||
  • କଣ୍ଟାବାଞ୍ଝି : ରେଳ ଷ୍ଟେସନରୁ ୭୪ ଜଣ ଦାଦନ ଶ୍ରମିକ ଉଦ୍ଧାର, ସର୍ଦାର ଫେରାର
  • ||
  • ଜଗତସିଂହପୁର : ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ବାସଭବନ ସମେତ ଏକକାଳୀନ ୪ଟି ସ୍ଥାନରେ ଚଢାଉ
  • ||
  • କୌଶାମ୍ବି : ବରଯାତ୍ରୀ ଗାଡ଼ି ଉପରେ ଓଲଟି ପଡ଼ିଲା ବାଲି ଭର୍ତ୍ତି ଟ୍ରକ୍ ,୮ମୃତ
  • ||
  • ଆମେରିକାରେ କରୋନା ସ୍ଥିତି ଭୟଙ୍କର : ଗୋଟିଏ ସପ୍ତାହ ମଧ୍ୟରେ ୧୦ହଜାର ଲୋକଙ୍କ ଗଲା ଜୀବନ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୦ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୮୦ କରୋନା ସଂକ୍ରମିତ, ୩୧୯୫୮୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ଚୀନରେ ମାତିଛି ଆଉ ଏକ ଭୟଙ୍କର ଭାଇରସ : ଜୈବଔଷଧ ପ୍ରସ୍ତୁତି କାରଖାନାରୁ ବାହାରିଛି ଭୂତାଣୁ ବ୍ରସେଲୋସିସ୍, ୬୦୦୦ରୁ ଅଧିକ ଆକ୍ରାନ୍ତ

5/11/2020 at 8:50 PM

ବେଜିଂ, ୦୫।୧୧:    ସାରା ବିଶ୍ୱରେ ଏବେ  ବି ମାରାତ୍ମକ କରୋନା ଭାଇରସର ଆତଙ୍କ ଜାରି ରହିଛି । ଅନେକ ସ୍ଥାନରେ ଭାଇରସର ଦ୍ୱିତୀୟ ଲହର ଆରମ୍ଭ ହୋଇଗଲାଣି । ଏପରିକି ଅନେକ ଦେଶରେ ପୁଣି ଥରେ ଲାଗୁ ହେଲାଣି କକଡାଉନ୍ । ଏବେ କରୋନା ଭାଇରସ ପରେ ଚୀନରେ ଜୁନୋଟିକ୍ ବାକ୍ଲେରିଆଲ୍ ଇନଫେକ୍ସନ ବ୍ରସେଲୋସିସର ଆତଙ୍କ ଆରମ୍ଭ ହୋଇଯାଇଛି । ଏହି ବ୍ୟାକ୍ଟେରିଆ ଗତ ବର୍ଷ ଚୀନର ହାଭୋକରେ ଥିବା ଏକ ବାୟୋ ଫାର୍ମାସିଟିକାଲ୍ସର ଲାବୋରାଟେରୀରୁ ବ୍ୟାପିଥିବା କୁହାଯାଉଛି ।

ଲାନଝୋଉ ସ୍ୱାସ୍ଥ୍ୟ ଅଧିକାରୀଙ୍କ କହିବାନୁସାରେ, ଗାନସୁରେ ପ୍ରାୟ ୬୦୦୦ରୁ ଅଧିକ ବ୍ୟକ୍ତି ବ୍ରସେଲୋସିସରେ ଆକ୍ରାନ୍ତ ହୋଇଛନ୍ତି । ଏହା ଧିରେଧିରେ ଭୟଙ୍କର ହେବାରେ ଲାଗିଛି । ସରକାର ପ୍ରାୟ ୫୫୭୨୫ଜଣଙ୍କର ବ୍ରସେଲୋସିସ୍ ଟେଷ୍ଟ୍ କରି ସାରିଲେଣି । ଏହାମଧ୍ୟରୁ ୬୬୨୦ଜଣ ପଜିଟିଭ୍ ଚିହ୍ନଟ ହୋଇଥିଲେ ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର କହିବାନୁସାରେ, ଯେଉଁମାନେ ବ୍ରସେଲୋସିସରେ ଆକ୍ରାନ୍ତ ହେଉଛନ୍ତି ସେମାନଙ୍କଠାରେ ଥଣ୍ଡା, କାଶ ଓ ଜ୍ୱର ଭଳି ଲକ୍ଷଣ ଦେଖିବାକୁ ମିଳୁଛି । ବିଭିନ୍ନ ପ୍ରାଣୀଙ୍କ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସିବା ଫଳରେ ଏହି ରୋଗ ବ୍ୟାପୁଛି । ଏପରିକି କିଛି ଗୃହପାଳିତ ପଶୁଙ୍କ କ୍ଷୀର ତଥା ଅନ୍ୟ ଉତ୍ପାଦ ଖାଇବା ଓ ପିଇବା ଦ୍ୱାରା ମଧ୍ୟ  ସଂକ୍ରମଣର ଭୟ ରହିଛି ।

ସୂଚନାଯୋଗ୍ୟ, ଏହି ବ୍ୟାକ୍ଟେରିଆ ଗତ ବର୍ଷ ସେପ୍ଟେମ୍ବରରେ ଚାଇନା ଆନିମଲ ହଜବେଣ୍ଡାରୀ ଇଣ୍ଡଷ୍ଟ୍ରୀର ଲ୍ୟାବ୍‌ରୁ ବ୍ୟାପିଥିଲା । ଏହି ଶିଳ୍ପାନୁଷ୍ଠାନର ଦୂଷିତ ଗ୍ୟାସ ସହ ମିଶି ବ୍ୟାକ୍ଟେରିଆ ବାହାରକୁ ଲିକ୍ ହେବା ସହ ବ୍ୟାପିଥିଲା । ଏହାପରେ ବାୟୁ ଦ୍ୱାରା ଏହି ବ୍ୟାକ୍ଟେରିଆ ସଂକ୍ରମଣ ହୋଇଥିଲା ।

   Related Posts