Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆମେରିକାରେ ଭୟଙ୍କର ହେଲାଣି ସାଲମୋନେଲା: ପିଆଜରୁ ହେଉଛି ସଂକ୍ରମଣ, ୪୦୦ ଆକ୍ରାନ୍ତ

2/08/2020 at 5:47 PM

ନ୍ୟୁୟର୍କ, ୦୨|୦୮:  ଆମେରିକାରେ କରୋନା ମାହାମାରୀ ମଧ୍ୟରେ ଆଉ ଏକ ବଡ ବିପଦ ସୃଷ୍ଟି ହୋଇଛି । ଏଠାରେ ପ୍ରାୟ ୪୦୦ ଲୋକ ସାଲମୋନେଲା ପଏଜନିଂର ଶିକାର ହୋଇଛନ୍ତି । କାନାଡାରେ ମଧ୍ୟ ଏପରି କିଛି ମାମଲା ସାମ୍ନାକୁ ଆସିଛି ।

ସିଏନଏନର ରିପୋର୍ଟ ଅନୁସାରେ, ପ୍ରାୟ ୬୦ଜଣ ଏହି ବ୍ୟାକ୍ଟେରିଆ ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏକ କମ୍ପାନୀ ତରଫରୁ ବିକ୍ରି କରାଯାଉଥିବା ପିଆଜ ଖାଇବା ଦ୍ୱାରା ଲୋକମାନେ ରୋଗାଗ୍ରସ୍ତ ହୋଇଥିବା କୁହାଯାଉଛି ।

ଆମେରିକାର ୩୧ଟି ରାଜ୍ୟର ଲୋକେ ସାଲମୋନେଲା ପଏଜନିଂର ଶିକାର ହୋଇଛନ୍ତି । ଏହାପଛରେ ଥମସନ୍ ଇଣ୍ଟରନ୍ୟାଶନାଲ କମ୍ପାନୀ ଯୋଗାଉଥିବା ପିଆଜକୁ ଦାୟୀ କରାଯାଇଛି । ନାଲି ରଙ୍ଗର ପିଆଜ ଖାଇବା ପରେ ଲୋକମାନେ ସଂକ୍ରମିତ ହୋଇଥିଲେ । ଏହାପରେ କମ୍ପାନୀ ସମସ୍ତ ପିଆଜକୁ ଦୋକାନରୁ ଫେରାଇ ନେଇଛି ।

ସାଲମୋନେଲାର ଶିକାର ହୋଇଥିବା ବ୍ୟକ୍ତି ସାଧାରଣତଃ ଡାଇରିଆ, ପେଟ କାଟିବା ଓ ଜ୍ୱର ଅନୁଭବ କରିଥାନ୍ତି । ସଂକ୍ରମିତ ହେବାର ୬ ଘଣ୍ଟାରୁ ୬ ଦିନ ପର୍ଯ୍ୟନ୍ତ ଏହାର ଲକ୍ଷଣ ଦେଖିବାକୁ ମିଳିଥାଏ । ୪ରୁ ୭ଦିନ ଯାଏ ସଂକ୍ରମିତ ବ୍ୟକ୍ତି ଅସୁସ୍ଥତା ଅନୁଭବ କରିଥାନ୍ତି । ୫ ବର୍ଷରୁ କମ୍ ଓ ୬୫ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ ସଂକ୍ରମଣ ଭୟ ଅଧିକ ରହିଛି । କିଛି ମାମଲାରେ ଏହି ବ୍ୟାକ୍ଟେରିଆ ଶରୀରର ଅନ୍ୟ ଅଙ୍ଗକୁ ମଧ୍ୟ ବ୍ୟାପିଥାଏ । ଫଳରେ ଆକ୍ରାନ୍ତମାନେ ହସ୍ପିଟାଲରେ ମଧ୍ୟ ଭର୍ତ୍ତି ହୋଇଥାନ୍ତି ।

   Related Posts