ପାକିସ୍ତାନକୁ ସାବଧାନ କଲେ ନୂତନ ସ୍ଥଳସେନା ମୁଖ୍ୟ, କହିଲେ ସରକାରଙ୍କ ଅନୁମତି ପାଇଲେ ପିଓକେରେ କରିବୁ ହମ୍ଲା
3/01/2020 at 3:42 PM

ନୂଆଦିଲ୍ଲୀ ୩।୧: ପାକିସ୍ତାନକୁ ନୂଆ ସ୍ଥଳସେନା ମୁଖ୍ୟଙ୍କ ଚେତାବନୀ । ପୁଣି ଥରେ ପିଓକେରେ ହମଲା କରିପାରେ ଭାରତ । କାରଣ ସ୍ଥଳସେନା ମୁଖ୍ୟ ଜେନେରାଲ୍ ଏମ୍.ଏମ୍. ନରବଣେଙ୍କ କହିଛନ୍ତି ପାକ୍ ଅଧିକୃତ କାଶ୍ମୀର (ପିଓକେ) ଉପରେ ଆକ୍ରମଣ ପାଇଁ ଭାରତୀୟ ସେନା ପ୍ରସ୍ତୁତ । ସରକାର ଯଦି ଅନୁମତି ଦେବେ ତାହାଲେ ସୀମା ଆରପଟେ ଥାଇ ଭାରତ ବିରୋଧୀ ଅଭିଯାନ ଜାରି ରଖିଥିବା ଶତ୍ରୁଙ୍କୁ ଭାରତୀୟ ସେନା କଡା ଜବାବ ଦେବ। କେବଳ ସରକାରଙ୍କ ଅନୁମତିକୁ ଅପେକ୍ଷା ।
ସେ କହିଛନ୍ତି ଯେ ପିଓକେକୁ ନେଇ ଭାରତୀୟ ସେନା ହାତରେ ବହୁ ଯୋଜନା ରହିଛି। ଅନୁମତି ମିଳିବା ମାତ୍ରେ ପିଓକେରେ ହମଲା କରିବାକୁ ସେନା ପ୍ରସ୍ତୁତ ଅଛି। ନିୟନ୍ତ୍ରଣ ରେଖା ଅଞ୍ଚଳରେ ଅନୁପ୍ରବେଶ ରୋକିବା ସହ ସୀମାରେ ସୁରକ୍ଷା ସ୍ଥିତି ସୁଦୃଢ କରିବା ପାଇଁ ସେନା ମୁତୟନ କରାଯାଇଛି।
ସୂଚନାଯୋଗ୍ୟ ଯେ, ୨୦୧୬ରେ ଜମ୍ମୁ-କାଶ୍ମୀରର ଉରି ସେନା ଶିବିର ଉପରେ ଆକ୍ରମଣ ହୋଇଥିଲା । ଏହାର କଡା ଜବାବ ଦେଇ ଭାରତ ସର୍ଜିକାଲ୍ ଷ୍ଟ୍ରାଇକ୍ କରିଥିଲା। ସେହିଭଳି ପୁଲ୍ୱାମା ଆକ୍ରମଣ ପରେ ଭାରତୀୟ ବାୟୁସେନା ବାଲାକୋଟ୍ଠାରେ ଜୈସ୍-ଏ-ମହମ୍ମଦ ଆତଙ୍କବାଦୀଙ୍କ ପ୍ରଶିକ୍ଷଣ ଶିବିରରେ ଏୟାର ଷ୍ଟ୍ରାଇକ୍ କରିଥିଲା ।