ଢେଙ୍କାନାଳରେ ନୂତନ ତୀରନ୍ଦାଜ ସଂଘର କର୍ମକର୍ତ୍ତା ନିର୍ବାଚନ: ଖୁବ୍ ଶୀଘ୍ର ହେବ ପ୍ରଶିକ୍ଷଣ କେନ୍ଦ୍ର
21/08/2018 at 1:43 AM

ଢ଼େଙ୍କାନାଳ ୨୧/୮:ଢେଙ୍କାନାଳ ଜିଲ୍ଲା ତୀରନ୍ଦାଜ ସଂଘର ଆସନ୍ତା ୪ବର୍ଷ ପାଇଁ ସର୍ବସମ୍ମତିକ୍ରମେ ସଂଘର ନୂତନ କର୍ମକର୍ତ୍ତା ଚୟନ କରାଯାଇଛି। ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ ସଂଘର ସଭାପତି ଓ କ୍ରୀଡ଼ାବିତ୍ ପ୍ରସନ୍ନ ପଟ୍ଟନାୟକ କାର୍ଯ୍ୟକାରୀ ସଭାପତି ଭାବେ ନିର୍ବାଚିତ ହୋଇଥିବା ବେଳେ କ୍ରୀଡ଼ାଘୋଷକ ଅମୀୟ ଚାନ୍ଦ ସାଧାରଣ ସଂପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ଏହି ଅବସରରେ ଓଡିଶା ତୀରନ୍ଦାଜ୍ ସଂଘର ସମ୍ପାଦକ ଶ୍ରଦ୍ଧାନନ୍ଦ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।ଏହି କାର୍ଯ୍ୟକ୍ରମକୁ ସଂପାଦକ ଘୋଷକ ଅମୀୟ ଚାନ୍ଦ ସଂଯୋଜନା କରିଥିବାବେଳେ ସଂଘର ଉପସଭାପତି ରାଜ କିଶୋର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।