ବିଜେଡି ନେତା ମାଲେମାଲ : ୬ ଜଣଙ୍କୁ ରାଜ୍ୟମନ୍ତ୍ରୀ, ୪ଜଣଙ୍କୁ ପ୍ରମୁଖ ସଚିବ ଓ ସୁଜିତ୍ କୁମାରଙ୍କୁ ମିଳିଲା ମୁଖ୍ୟ ସଚିବ ପାହ୍ୟା

Published By : Prameya-News7 Bureau | September 06, 2019 IST

ଭୁବନେଶ୍ବର ୬।୯: ବିଜେଡିର ନବନିଯୁକ୍ତ ୬ ଜଣ ନେତାଙ୍କୁ ରାଜ୍ୟମନ୍ତ୍ରୀ ପାହ୍ୟା ମିଳିଛି । ସେହିପରି ୪ ଜଣଙ୍କୁ ପ୍ରମୁଖ ସଚିବ ପାହ୍ୟା ଦିଆଯାଇଛି । ଜଣେ ନେତାଙ୍କୁ ଦିଆଯାଇଛି ମୁଖ୍ୟ ସଚିବ ପାହ୍ୟା । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଡ. ଲୋପାମୁଦ୍ରା ବକ୍ସିପାତ୍ର, ସୁଧୀର ଦାସ, ମୁଜିବୁଲ୍ଲା ଖାନ୍‌, ଅନୁଭବ ପଟ୍ଟନାୟକ, କୃତ୍ତିବାସ ପାତ୍ର, ରାମଚନ୍ଦ୍ର ପଣ୍ଡାଙ୍କୁ ରାଜ୍ୟମନ୍ତ୍ରୀ ପାହ୍ୟା ପ୍ରଦାନ କରାଯାଇଛି । ଅପରପକ୍ଷରେ ସୁଜିତ୍ କୁମାରଙ୍କୁ ମିଳିଛି ମୁଖ୍ୟ ସଚିବ ପାହ୍ୟା । ଅନ୍ୟପଟେ ଉତ୍କଳ କେଶରୀ ପରିଡା, ଦେବାଶିଷ ମଲ୍ଲିକ, ସୁଲତା ଦେଓ, ଜନ୍ମେଜୟ ଲେଙ୍କାଙ୍କୁ ପ୍ରମୁଖ ସଚିବ ପାହ୍ୟା ମିଳିଛି ।

ସୂଚନାଯୋଗ୍ୟ ଯେ, ସ୍ବତନ୍ତ୍ର ଉନ୍ନୟନ ପରିଷଦର ଉପଦେଷ୍ଟା ଭାବେ ସୁଜିତ କୁମାରଙ୍କୁ ନିଯୁକ୍ତି ମିଳିଥିଲା । ମୁଜିବୁଲ୍ଲା ଖାନଙ୍କୁ ଓଡିଶା ଅନୁସୂଚିତ ଜାତି ଓ ଜନଜାତି ବିକାଶ ବିଭାଗ ଉପଦେଷ୍ଟା ଭାବେ ନିଯୁକ୍ତି ଦିଆଯାଇଥିଲା । ସୁଲତା ଦେଓଙ୍କୁ ମହିଳା ଓ ଶିଶୁ ବିକାଶ ବିଭାଗର ଉପଦେଷ୍ଟା ଭାବେ ନିଯୁକ୍ତି ମିଳିଥିଲା । ସେହିପରି ଲୋପାମୁଦ୍ରା ବକ୍ସିପାତ୍ରଙ୍କୁ ମିଶନ ଶକ୍ତିର ପରାମର୍ଶଦାତା, ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକଙ୍କୁ ଇଟି ଏବଂ ଆଇଟି ବିଭାଗର ଉପଦେଷ୍ଟା ଭାବେ ନିଯୁକ୍ତି ଦିଆଯାଇଥିଲା । କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗର ଉପଦେଷ୍ଟା ଭାବେ କୃତିବାସ ପାତ୍ରଙ୍କୁ ଦାୟିତ୍ବ ମିଳିଥିଲାବେଳେ ଓଡିଶା କୃଷି ବିପଣନ ପରିଷଦର ଉପଦେଷ୍ଟା ଭାବେ ରାମଚନ୍ଦ୍ର ପଣ୍ଡାଙ୍କୁ ନିଯୁକ୍ତ କରାଯାଇଥିଲା । ସହିଭଳି ସୁଧିର ଦାସଙ୍କୁ ଓଡିଶା ରାଜ୍ୟ ସମାଜ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଥିଲା । ଚିଲିକା ଉନ୍ନୟନ କର୍ତ୍ତୃପକ୍ଷର ଉପଦେଷ୍ଟା ହୋଇଥିଲେ ଉତ୍କଳ କେଶରୀ ପରିଡା । ଓଡିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗର ପରାମର୍ଶଦାତା ଭାବେ ଜନ୍ମଜୟ ଲେଙ୍କାଙ୍କୁ ଦାୟିତ୍ବ ମିଳିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.