TikTok କୁ ଟକ୍କର ଦେବ Tangi … ଲଞ୍ଚ୍ ହେଲା Googleର ନୂଆ ଆପ୍

Published By : Prameya-News7 Bureau | January 30, 2020 IST

Google ଏକ ନୂଆ ଭିଡିଓ ସେୟାରିଂ ଆପ୍‌ Tangi ଲଞ୍ଚ୍‌ କରିଛି। ଏହା ଏକ ଏକ୍ସପେରିମେଣ୍ଟାଲ ଆପ୍‌ ଯାହା Google Area 120 ରେ ଡେଭଲପ୍‌ କରାଯାଇଛି। ଏବେ ଏହା ଉଭୟ ମୋବାଇଲ ଓ ୱେବ୍‌ ପ୍ଲାଟ୍‌ଫର୍ମରେ କାମ କରୁଛି। ଟାଙ୍ଗି ଏକ କ୍ରିଏଟିଭ୍‌ ଭିଡିଓ ଆପ୍‌। ଟିକ୍‌ଟକ୍‌ ପପୁଲାରିଟି ଦେଖି ଏବେ ଗୁଗୁଲ ଏହି ଆପ୍‌ ଲଂଚ କରିଛି।   

{"id":217785,"width":580,"height":320,"sizeSlug":"large"}

ହେଲେ ଟିକ୍‌ଟକ୍‌ ଭଳି ଏହା କେବଳ ଏଣ୍ଟରଟେନ୍‌ମେଣ୍ଟ ଫକୋସ୍ଡ ନୁହେଁ। ଏଥିରେ ଅନ୍ୟାନ୍ୟ ଜିନିଷ ମଧ୍ୟ କରାଯାଇପାରିବ। ଟିକ୍‌ଟକ୍‌ ଆପ୍‌ଠୁ ଏହା ଖୁବ ଅଲଗା। ୟୁଜର୍ସ ଏହି ଆପରେ ୬୦ ସେକେଣ୍ଡର ବିଭିନ୍ନ ପ୍ରକାରର ଭିଡିଓ ରେକର୍ଡ କରିପାରିବେ। ଏଥିରେ କୁକିଙ୍ଗ, କ୍ରାଫେ୍ଟିଂ, ମେକ୍‌ଅପ୍‌ ଭଳି ଅନ୍ୟାନ୍ୟ ଟପିକ୍ସରେ ମଦ୍ୟ ଭିଡିଓ କରିହେବ।  

{"id":217786,"sizeSlug":"large"}

ଟାଙ୍ଗି ୱେବ୍‌ସାଇଟ୍‌ ଦେଖିଲେ ସମ୍ପୂର୍ଣ୍ଣ ଇଣ୍ଟରଫେସ୍‌ ବିଷୟରେ ଜାଣିହେବ। Tangiର ଅର୍ଥ ହେଉଛି Teach and Give ବା Tangible । ଏହି ଆପ୍‌ ଗୁଗୁଲର ସତ ହେଲେ ଏହା ଏପଲ୍‌ ଆପ୍‌ ଷ୍ଟାର ପାଇଁ ଜାରି କରାଯାଇଛି। ଏବେ ଏହି ଆପ୍‌ ଗୁଗୁଲ ପ୍ଲେ ଷ୍ଟୋରରେ ଉପଲବ୍ଧ ନାହିଁ। କାରଣ Tangi ଆପ୍‌ ଏବେ ଏକ୍ସପେରିମେଣ୍ଟରେ ଅଛି। ଏହା ଏକ ଟ୍ୟୁଟରିଆଲ ଆପ୍‌ ବୋଲି କୁହାଯାଉଛି। ନିକଟରେ ଟିକ୍‌ଟକ୍‌ ଭଳି Byte (ବାଇଟ୍‌) ଆପ ଲଞ୍ଚ ହୋଇଛି ଯାହା ଭାରତରେ ଉପଲବ୍ଧ ହୋଇନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.