Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଇକକୁ ଧକ୍କା ଦେଲା ହାଇଓ୍ୱା, ଆରୋହୀ ମୃତ
  • ||
  • ଯୁବତୀଙ୍କୁ ଘରୁ ଉଠାଇ ନେଇ ୧୫ ଦିନ ଧରି ଦୁଷ୍କର୍ମ ! ଅଭିଯୁକ୍ତ ଦେଉଥିଲା ହତ୍ୟା ଧମକ, ଫଟୋ ଭାଇରାଲ ନେଇ କରୁଥିଲା ବ୍ଲାକମେଲିଂ…
  • ||
  • ତାତିରୁ ଏବେ ନିସ୍ତାର ନାହିଁ, ଆହୁରି ଛଟପଟ କରିବ ଖରା
  • ||
  • ବାରିପଦା : କୋଭିଡ ନିୟମକୁ ବେଖାତିର, ୫ଟି ଦୋକାନ ସିଲ୍‌
  • ||

ଦୁଇ ନୂଆ ପ୍ରଜାତିର ପିମ୍ପୁଡ଼ି, କେରଳ ଓ ପଟିଆଲାରେ ଆବିଷ୍କାର କଲେ ଜୀବ ବିଜ୍ଞାନୀ: ଭାରତୀୟ ଗବେଷକଙ୍କ ନାମରେ ହେଲା ନାମକରଣ

23/01/2021 at 9:57 PM

ନୂଆଦିଲ୍ଲୀ ୨୩/୦୧: ଭାରତରେ ଦୁର୍ଲଭ ଶ୍ରେଣୀର ଦୁଇ ପ୍ରଜାତିର ପିମ୍ପୁଡ଼ି ଆବିଷ୍କାର କରିଛନ୍ତି ବିଶେଷଜ୍ଞ। କେରଳ ଓ ତାମିଲନାଡୁରେ ମିଳୁଥିବା ପିମ୍ପୁଡ଼ି ଜିନସ୍‌ ଓସୋରିଆ ପ୍ରଜାତିର, ଯାହାକି ଦୁର୍ଲଭ ପିମ୍ପୁଡ଼ି ଜିନସ୍‌(ପରିବାର)ରେ ବିବିଧତା ଆଣେ। ଏଥିମଧ୍ୟରୁ ଗୋଟିଏ କେରଳର ପେରିୟାର ଟାଇଗର ରିଜର୍ଭରୁ ମିଳିଛି। ଯାହାର ନାଁ ଜବାହାରଲାଲ ନେହେରୁ ସେଣ୍ଟର ଫର ଆଡଭାନ୍ସଡ୍‌ ସାଇଣ୍ଟିଫିକ୍‌ ରିସର୍ଚ୍ଚର ଜଣେ ଜୀବ ବିଜ୍ଞାନୀ ପ୍ରୋଫେସର ଅମିତାଭ ଜୋଶୀଙ୍କ ସମ୍ମାନାର୍ଥେ ତାଙ୍କ ନାଁ ଅନୁସାରେ ରଖାଯାଇଛି।

ଅନ୍ୟ ପ୍ରଜାତିର ପିମ୍ପୁଡ଼ିରେ ୧୦ ଖଣ୍ଡ ବିଶିଷ୍ଟ ଆଣ୍ଟିନା ଥିବା ବେଳେ ଏହା ପ୍ରଥମ ଥର ଦେଖିବାକୁ ମିଳିଛି। ଯାହାକୁ ପଞ୍ଜାବୀ ବିଶ୍ବବିଦ୍ୟାଳୟ, ପଟିଆଲା ପ୍ରୋଫେସର ହିମେନ୍ଦର ଭାରତୀଙ୍କ ନେତୃତ୍ବରେ ଥିବା ଏକ ଟିମ୍‌ ଖୋଜି ପାଇଛନ୍ତି। ବିଶେଷ କରି ନୂଆ ପ୍ରଜାତିର ଜୀବଙ୍କ ନାଁ କିଛି ବିଶିଷ୍ଟ ବିଶେଷଜ୍ଞ କିମ୍ବା ସ୍ଥାନର ନାଁ ଅନୁସାରେ ନାମକରଣ କରାଯାଏ ।କିନ୍ତୁ ଜଣେ ଜୀବ ବିଜ୍ଞାନୀଙ୍କ ନାଁ ଜୀବ ବିଜ୍ଞାନ କ୍ଷେତ୍ରରେ ତାଙ୍କର ଅତୁଳନୀୟ ଅବଦାନକୁ ସମ୍ମାନ ଜଣାଇବା ପାଇଁ ରଖାଯାଇଛି।

ଦଶ ଖଣ୍ଡ ଆଣ୍ଟିନା ବିଶିଷ୍ଟ ପମ୍ପୁଡ଼ି ସହ ଆଉ ଏକ ପ୍ରଜାତିର ପିମ୍ପୁଡ଼ି, ବିଶ୍ବର ପୂରୁଣା ବଂଶ ସ୍ଥାପନାକୁ ଦର୍ଶାଉଛି। ବର୍ତ୍ତମାନ ପିମ୍ପୁଡ଼ିଙ୍କ ପରିବାର ବା ଜିନସ୍‌ରେ ୧୪ ପ୍ରଜାତି ଅଛନ୍ତି। ଏଥିରୁ ୮ଟି ପ୍ରଜାତିରେ ୯ ଖଣ୍ଡ ବିଶିଷ୍ଟ ଆଣ୍ଟିନା ରହିଥିବା ବେଳେ ୫ ପ୍ରଜାତିର ପିମ୍ପୁଡ଼ିଠାରେ ୧୧ ଖଣ୍ଡ ବିଶିଷ୍ଟ ଆଣ୍ଟିନା ରହିଛି। ଅନ୍ୟ ଏକ ପ୍ରଜାତିରେ ମଧ୍ୟ ୮ ଖଣ୍ଡ ଆଣ୍ଡିନା ଥିବା ନେଇ ନିକଟରେ ବିଶେଷଜ୍ଞ ମତ ଦେଇଥିଲେ।

   Related Posts