କରଦାତାଙ୍କ ପାଇଁ ଖୁସି ଖବର, ଛୋଟ ଛୋଟ ଡିଫଲ୍ଟ ପାଇଁ ହେବନାହିଁ ଅପରାଧିକ ମାମଲା

Published By : Prameya-News7 Bureau | September 14, 2019 IST

ନୂଆଦିଲ୍ଲୀ – ଆର୍ଥିକ ମାନ୍ଦାବସ୍ଥାକୁ ନେଇ ଏବେ ମୋଦୀ ସରକାରଙ୍କୁ ବିରୋଧମାନେ ଟାର୍ଗେଟ କରିଛନ୍ତି  । ଏହା ଭିତରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମ ପୁଣି ଥିରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଭେଟିଛନ୍ତି ।  ଏବେ ସରକାରଙ୍କ ଫୋକସରେ ଘରୋଇ କ୍ରେତା, ରପ୍ତାନୀ ଓ  ଟ୍ୟାକ୍ସ ରିଫର୍ମ  ରହିଛି ବୋଲି କହିଛନ୍ତି ।

ପୂର୍ବରୁ ଟ୍ୟାକ୍ସ ପେୟର ବା କରଦାତାମାନଙ୍କ ବିରୋଧରେ ଛୋଟ ଛୋଟ ଡିଫଲ୍ଟ ପାଇଁ ଅପରାଧିକ ମାମଲା ରୁଜୁ  କରାଯାଉଥିଲା । ଏବେ ଏ ସବୁ ପ୍ରସଙ୍ଗରେ ଆଉ ଅପରାଧିକ ମାମଲା ରୁଜୁ ହେବ ନାହିଁ । ୨୫ ଲକ୍ଷ ପର୍ଯ୍ୟନ୍ତ ଟ୍ୟାକ୍ସ ଡିଫଲ୍ଟ ପାଇଁ ଉଚ୍ଚ ଅଧିକାରୀଙ୍କର ଅନୁମତି ନେବାକୁ ପଡିବ ।

ରପ୍ତାନୀ ବା ଏକ୍ସପୋର୍ଟ ପାଇଁ ଅନେକ ଯୋଜନା ପ୍ରଣୟନ କରାଯାଉଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି । ୨୦୨୦ ଜାନୁଆରୀ ମାସ ୧ ତାରିଖରୁ ଏକ୍ସଫର୍ମ ଇଣ୍ଡିଆନ ସ୍କିମ ସ୍ଥାନରେ ନୂଆ ସ୍କିମ ଆର୍‌ଓଡିଟିଇପି  ଲାଗୁ କରାଯିବ । ଏହି ନୂଆ ଯୋଜନାରେ ସରକାରଙ୍କ  ଉପରେ ୫୦ ହଜାର କୋଟି ଟଙ୍କାର ଆର୍ଥିକ ବୋଝ ବଢିବ । ରପ୍ତାନୀ ପାଇଁ ଇ-ରିଫଣ୍ଡ ବ୍ୟବସ୍ଥାକୁ ଖୁବ ଶୀଘ୍ର ଲାଗୁ କରାଯିବ ।

ରପ୍ତାନୀ  ବୃଦ୍ଧି ପାଇଁ ମାର୍ଚ୍ଚ ୪ ତାରିଖରେ  ବଡ ଧରଣର ଉତ୍ସବର ଆୟୋଜନ କରାଯିବ । ୪ଟି ଅଲଗା ଅଲଗା ସହରରେ ଏହି ଉତ୍ସବର ଆୟୋଜନ କରାଯିବ ।

୨୦୧୯ ଡିସେମ୍ବର ମାସରୁ ଦେଶର ସମସ୍ତ ବନ୍ଦରରେ ମାନୁଆଲ୍‌ କ୍ଲିଅରାନ୍ସ ବନ୍ଦ ହୋଇଯିବ ।

ଏପ୍ରିଲ ଓ ଜୁନ୍‌ରେ ଉଦ୍ୟୋଗ ବିକାଶର ସଙ୍କେତ ମିଳୁଥିବା ନିର୍ମଳା ସୀତାରମଣ ପ୍ରକାଶ କରିଛନ୍ତି ।

ସେପ୍ଟେମ୍ବର ୨୦ ତାରିଖରେ  ଜିଏସ୍‌ଟି କାଉନସିଲ୍‌ର ବୈଠକ ହେବାକୁ ଅଛି । ଏହି ବୈଠକରେ କାର୍‌ ଠାରୁ ନେଇ ବିସ୍କୁଟ ପର୍ଯ୍ୟନ୍ତ ଉତ୍ପାଦ ଉପରେ ଜିଏସ୍‌ଟି ହ୍ରାସ କରାଯାଇ ପାରେ । ଏହା ସହ କାଉନସିଲ୍‌ ରାଜସ୍ୱ ସ୍ଥିତିର ବି ଧ୍ୟାନ ରଖିବ । କାରଣ ଜିଏସ୍‌ଟି ହ୍ରାସ କଲେ ଏହାର ପ୍ରଭାବ  ରାଜ୍ୟମାନଙ୍କର ଆୟ ଉପରେ ପଡିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.