କିଏ ଧରିବ ରାଜ୍ୟ ବିଜେପିର ମଙ୍ଗ, ଦୌଡ଼ରେ ନୂଆ,ପୁରୁଣା, ଯୁବ ଓ ଅଭିଜ୍ଞ

Published By : Prameya-News7 Bureau | December 16, 2019 IST

ଭୁବନେଶ୍ୱର ୧୬।୧୨- କିଏ ହେବ ପରବର୍ତ୍ତୀ ବିଜେପି ରାଜ୍ୟ ସଭାପତି ? ଆଜି ଦଳର  ଜିଲ୍ଲା ସଭାପତି ଚୟନ ପ୍ରକ୍ରିୟା ଶେଷ ହେବା ପରେ, ଏବେ ଫୋକସ ସିଧା ରାଜ୍ୟ ମଙ୍ଗୁଆଳ ସିଲେକସନ ଉପରେ  । ଗୋଟିଏ ଆସନ ପାଇଁ  ଏକାଧିକ ଆଶାୟୀ । ସମସ୍ତେ ନିଜ ନିଜ ସପକ୍ଷରେ ସମର୍ଥନ ଯୋଗାଡ଼ରେ ବ୍ୟସ୍ତ । ଏପଟେ, ବିନା ନିର୍ବାଚନରେ ସହମତି ଭିତିରେ ସଭାପତି ମନୋନୟନ ପାଇଁ ରାଜ୍ୟ ପ୍ରଭାରୀ ଏବଂ ତାଙ୍କ ସହଯୋଗୀମାନେ ପୌଷ ମାସରେ ବି ଝାଳ ବୁହାଉଛନ୍ତି ।  

{"id":198625,"sizeSlug":"large"}

ସରିଲା ବିଜେପି ଜିଲ୍ଲା ସଭାପତି ଚୟନ ପ୍ରକ୍ରିୟା । ପରବର୍ତ୍ତୀ କସରତ ଦଳର ରାଜ୍ୟ ସଭାପତି ମଙ୍ଗୁଆଳ ନିଯୁକ୍ତି । ଚଳିତ ମାସ ଶେଷ ସୁଦ୍ଧା ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଶେଷ ହେବ ଏବଂ ନୂଆ ରାଜ୍ୟ ସଭାପତି ଦାୟିତ୍ବ ନେବେ। ସଭାପତି ପଦବୀ ଦୌଡ଼ରେ ବର୍ତ୍ତମାନର ରାଜ୍ୟ ଉପସଭାପତି ସମୀର ମହାନ୍ତି, ଦଳର ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ, ବିଧାୟକ ବିଷ୍ଣଚରଣ ସେଠୀ ଏବଂ ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ ସଭାପତି କନକ ବର୍ଦ୍ଧନ ସିଂଦେଓ ଥିବାର କୁହାଯାଉଛି । ଏମାନଙ୍କ ବ୍ୟତୀତ, ଅନ୍ୟ ଦାବିଦାର ବି ଅଛନ୍ତି । ତେବେ ଆନୁଷ୍ଠାନିକ ଭାବେ ଘୋଷଣା ହେବାକୁ ବାକି ଥିଲେ ମଧ୍ୟ ସଭାପତି ଚୟନ ପ୍ରାୟତଃ ସରିଛି ବୋଲି ଆଲୋଚନା ହେଉଛି ।

{"id":198626,"sizeSlug":"large"}

ପ୍ରତ୍ୟେକ ଆଶାୟୀ ନିଜ ପାଇଁ ଲବି କରିବାରେ ବ୍ୟସ୍ତ । ଅନ୍ୟ କିଛି  ପ୍ରଭାବଶାଳୀ ନେତା  ନିଜ  ପାଇଁ ନୁହେଁ, ନିଜ ପାଖ ଲୋକଙ୍କୁ ସଭାପତି କରିବାକୁ ଉଦ୍ୟମ କରୁଥିବା ଚର୍ଚ୍ଚା ହେଉଛି । ଅନ୍ୟ କିଛି ବରିଷ୍ଠ ନେତା ପୂର୍ବର ତିକ୍ତ ଅନୁଭୁତି ଏଯାଏଁ ଭୁଲି ନାହାନ୍ତି । ଅବଶ୍ୟ, ପରବର୍ତ୍ତୀ ରାଜ୍ୟ ସଭାପତି କିଏ ହେବ, ତାହା ମୁଖ୍ୟତଃ ଦଳୀୟ ସଂଗଠନ, ସଂଘ ପରିବାରର ମୋହର ଏବଂ କେନ୍ଦ୍ରୀୟ ନେତୃତ୍ବ ଚୁଡ଼ାନ୍ତ କରିବେ ।

{"id":198627,"sizeSlug":"large"}

ମିଶନ ୧୨୦ ସ୍ବପ୍ନ ଧୁଳିସାତ୍ ହେବା ପରେ, ଓଡ଼ିଶାରେ ବିଜେପି ପୁଣି ଦଳୀୟ ସଂଗଠନକୁ ସଜାଡ଼ିବାକୁ ଉଦ୍ୟମ କରୁଛି । ଆଗକୁ ଆହ୍ବାନ ପୌର ନିର୍ବାଚନ । ତା'ପରେ ପଞ୍ଚାୟତ ପରୀକ୍ଷା । ତେଣୁ, ନୂଆ ସଭାପତିଙ୍କୁ  ଏସବୁ ଚ୍ୟାଲେଞ୍ଜର ମଧ୍ୟ ସାମନା କରିବାକୁ ପଡ଼ିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.