Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ଆମେରିକାରେ ବ୍ୟାପୁଛି କରୋନା ଭାଇରସର ନୂଆ ତଥା ସଂକ୍ରାମକ ଷ୍ଟ୍ରେନ, ୭ ଦିନରେ ଆକ୍ରାନ୍ତ ହେଲେଣି ୮ ରାଜ୍ୟ

9/01/2021 at 4:28 PM

ଆଟଲାଣ୍ଟା ୯।୧: ଆମେରିକାରେ ଏବେ  କରୋନା ଭାଇରସର ଏକ ନୂଆ ତଥା ଅଧିକ ସଂକ୍ରାମକ ଷ୍ଟ୍ରେନ୍‌ ବ୍ୟାପିବାରେ ଲାଗିଛି। ଅଚାନକ ହସ୍ପିଟାଲମାନଙ୍କରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିର ଯାଞ୍ଚ ବେଳେ ୟୁଏସ୍ ସେଣ୍ଟର ଫର ଡିଜିଜ୍‌ କଣ୍ଟ୍ରୋଲ (ସିଡିସି) ଗତ ଶୁକ୍ରବାର ଏହାର ସନ୍ଧାନ କରିଥିଲେ। ଦେଖୁ ଦେଖୁ ଭୂତାଣୁ ୮ଟି ରାଜ୍ୟକୁ ବ୍ୟାପିଗଲାଣି।

କାଲିଫର୍ଣ୍ଣିଆ ଓ ଫ୍ଲୋରିଡାରେ ଏହି ଷ୍ଟ୍ରେନର ପ୍ରକୋପ ଏବେ ଜାରିଥିବା ବେଳେ କଲରାଡୋ, ଟେକ୍ସାସ, ନ୍ୟୁୟର୍କ, ଜର୍ଜିଆ, କନେକ୍ଟିକଟ୍ ଓ ପେନସିଲଭାନିଆରେ ସଂଗ୍ରୁହୀତ ନମୁନାରୁ ନୂଆପ୍ରକାର ଭୂତାଣୁ ମିଳିଛି। ସିଡିସି ଏହାକୁ ବି-୧.୧.୭ ଭାବେ ଚିହ୍ନଟ କରିଛନ୍ତି, ଯାହା ଏବେ ବ୍ରିଟେନରେ ଆତଙ୍କର କାରଣ ପାଲଟିଛି।

ଭୂତାଣୁର ଏହି ଷ୍ଟ୍ରେନକୁ ଗତବର୍ଷ ବ୍ରିଟେନ ପ୍ରଥମ ଠାବ ହୋଇଥିଲା । ଆମେରିକାରେ ବ୍ୟାପୁଥିବା ଭୂତାଣୁ ଅପେକ୍ଷା ଏହା ଅଧିକ ୭୦ ପ୍ରତିଶକ ସଂକ୍ରାମକ  ଓ ଘାତକ ବୋଲି ସିଡିସି ସୂଚିତ କରିଛନ୍ତି। ଆମେରିକାର ଶୀର୍ଷ ସଂକ୍ରାମକ ରୋଗ ବିଶେଷଜ୍ଞ ଏନ୍ଥୋନୀ ଫୌସୀ ବୁଧବାର ‘ନ୍ୟୁଜ୍ ୱିକ୍‌’କୁ ନୂଆ ଭୂତାଣୁ ଷ୍ଟ୍ରେନ ସମ୍ପର୍କରେ ଏକ ସାକ୍ଷାତକାର ଦେଇଥିଲେ। ଏଥିରେ ଯୁକ୍ତରାଷ୍ଟ୍ରରେ କରୋନା ସଂକ୍ରମଣ ଅଧିକ ବ୍ୟାପିବା ନେଇ ସେ ଆଶଙ୍କା ପ୍ରକାଶ କରିଛନ୍ତି।

ଦେଶରେ ଏମିତି କିଛି ହେଉଥିବାର ପ୍ରଥମରୁ ସନ୍ଦେହ କରାଯାଉଥିଲା। ହେଲେ ଏହାର ସନ୍ଧାନ କରିବାରେ ଆମର ବିଳମ୍ବ ହୋଇଥିବା ସେ କହିଛନ୍ତି। ଯଦି ଏହା କାଲିଫର୍ଣ୍ଣିଆ, ନ୍ୟୁୟର୍କ ଓ କଲରାଡୋ ଭଳି ସ୍ଥାନରେ ଅଛି ତେବେ ଖୁବ୍ ଶୀଘ୍ର ଦେଶର ଅନ୍ୟ ସ୍ଥାନମାନଙ୍କରୁ ମଧ୍ୟ ନିଶ୍ଚିତ ମିଳିବ ବୋଲି ସେ କହିଛନ୍ତି।

ବି-୧.୧.୭  ସହ ଅନ୍ୟ ଏକ ଷ୍ଟ୍ରେନ୍‌ ବି-୧.୩.୫.୧ ଆମେରିକାରେ ବ୍ୟାପୁଥିବାର ସନ୍ଦେହ କରାଯାଉଛି। ତେବେ ବି-୧.୩.୫.୧ ଦକ୍ଷିଣ ଆଫ୍ରିକୀୟ ଷ୍ଟ୍ରେନ ହୋଇଥିବା ବେଳେ ଆମରିକାରେ ଏହାର ଉପସ୍ଥିତିକୁ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀମାନେ ଶୁକ୍ରବାର ଅଗ୍ରାହ୍ୟ କରିଛନ୍ତି।

   Related Posts