ମହାରାଷ୍ଟ୍ରରେ ନୂଆ ରାଜନୈତିକ ସମୀକରଣ- ସରକାର ଗଢିବାକୁ ଏକାଠି ହେଲେ ଶିବସେନା, କଂଗ୍ରେସ ଓ ଏନ୍ସିପି

ମୁମ୍ବଇ ୧୪।୧୧ – ମହାରାଷ୍ଟ୍ରରେ ପରବର୍ତ୍ତୀ ସରକାର ଗଠନ ପାଇଁ ଶିବସେନା-ଏନସିପି- କଂଗ୍ରେସ ମଧ୍ୟରେ ଏକରକମର ସହମତି ହୋଇଛି । ଆଜି ଏହି ତିନି ଦଳର ନେତାଙ୍କର ବସିଥିବା ବୈଠକରେ ସରକାର ଗଠନର ପ୍ରକ୍ରିୟା ନେଇ ଆଲୋଚନା ହୋଇଥିଲା ।
ଏଥିରେ ମେଣ୍ଟ ପାଇଁ ସର୍ବନିମ୍ନ ସାଧାରଣ କାର୍ଯ୍ୟସୂଚୀକୁ ଚୂଡ଼ାନ୍ତ କରାଯାଇଛି । ତେବେ ଶିବସେନାର ହିନ୍ଦୁତ୍ବ ଆଭିମୁଖ୍ୟ ଉପରେ ଏବେବି କଂଗ୍ରେସର ଆପତ୍ତି ରହିଛି । ସେହିପରି କେନ୍ଦ୍ର ସରକାରରେ ଶିବସେନା ଅଂଶୀଦାର ଦଳ ହୋଇଥିବାରୁ ଏହା ଉପରେ ମଧ୍ୟ କଂଗ୍ରେସ ଆପତ୍ତି କରିଛି । ତେଣୁ ଆଗାମୀ ଏନଡିଏ ବୈଠକରେ ଶିବସେନା ଯୋଗ ନ ଦେଇପାରେ ।
ସେପଟେ ବିଜେପି ନେତା ରାମ ମାଧବ କହିଛନ୍ତି ଶିବସେନା ଆଉ ଏନଡିଏର ଅଂଶୀଦାର ହୋଇ ରହିବା ସମ୍ଭାବନା କମ।
249 Views
ସମ୍ବନ୍ଧିତ ଖବର
ଡିସେମ୍ବର ୧୬, ସେହି କଳଙ୍କିତ ତିଥିରେ ଆସିବ କି ଦୁଇଦୁଇଟି ବଡ ଖବର ?
10 December 2019