Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

ମହାକାଶରେ ନୂଆ ଗ୍ରହ : ଜୀବ ସତ୍ତା ଥିବା ନେଇ ଅନେକ ସଙ୍କେତ ମିଳୁଥିବା ଦାବି କଲେ ବୈଜ୍ଞାନିକ

14/06/2021 at 1:45 PM

ନୂଆଦିଲ୍ଲୀ, ୧୪/୦୬:  ଅନ୍ୟ କେଉଁ ଗ୍ରହଣରେ ଦୀବନ ସତ୍ତା ରହିଛି ନା ନାହିଁ ତାହା ଏବେବି ଦ୍ୱନ୍ଦ୍ୱରେ ରହିଛି । ବୈଜ୍ଞାନିକମାନେ ନିରନ୍ତର ଭାବେ ଏନେଇ ଗବେଷଣା ଚଲାଇଛନ୍ତି । ଅନ୍ୟ ଗ୍ରହର ଜୀବ ବା ଏଲିଅନଙ୍କ ଅବସ୍ଥିତିକୁ ନେଇ ଚର୍ଚ୍ଚା ମଧ୍ୟ ଲାଗି ରହିଛି । ଏବେ ଏକ ଅଧ୍ୟୟନରୁ ନୂଆ ଖୁଲାସା ହୋଇଛି । ଯାହା ସମସ୍ତଙ୍କୁ ଚକିତ କରିଛି ।

.ଚିଲିର ୟୁନିଭର୍ସିଟି ଅଫ୍ କନସେପ୍‌ସନ୍‌ର ରିପୋର୍ଟ ଅନୁସାରେ, ରଗ୍ ଗ୍ରହଣରେ ଏଲିଅନ୍ ଥାଇପାରନ୍ତି । କାରଣ ଏଠାରେ ଜୀବନ ସତ୍ତା ପାଇଁ ଅନୁକୂଳ ବାତାବରଣ ରହିଛି । ଏନେଇ ଏକ ଗାଣିତିକ ମଡେଲ ମଧ୍ୟ ବୈଜ୍ଞାନିକମାନେ ତିଆରି କରିଛନ୍ତି । ଏହି ଗ୍ରହରେ ଜଳ ଥିବା ମଡେଲରେ ଦର୍ଶାଯାଇଛି ।

ରଗ୍ ପ୍ଲାନେଟ୍ କଣ

ରଗ୍ ପ୍ଲାନେଟ୍ ହେଉଛି ସେହି ଗ୍ରହ ଯାହାର କୌଣସି ନକ୍ଷତ୍ର ନଥାଏ । ଏହା ବିନା ନକ୍ଷତ୍ର ସାହାଯ୍ୟରେ ବୁଲିଥାଏ । ଏହିସବୁ ଗ୍ରହର ପ୍ରାକୃତିକ ଉପଗ୍ରହ ରହିଥାନ୍ତି । ଏହି ଗ୍ରହର ନିକଟରେ କୌଣସି ସୂର୍ଯ୍ୟ ଭଳି ନକ୍ଷତ୍ର ନଥିବାରୁ ଏହା ଉତ୍ତପ୍ତ ନୁହେଁ ।

ତେବେ ବୈଜ୍ଞାନିକଙ୍କ ଗାଣିତିକ ମଡେଲ ଅନୁସାରେ, ରଗ୍ ଗ୍ରହ ଗୁଡିକ ସ୍ୱତଃ ଉତ୍ତାପ ନିର୍ଗମନ କରନ୍ତି । ଯାହାଦ୍ୱାରା ଏହି ସବୁ ଗ୍ରହରେ ଥିବା ଜଳ ବାଷ୍ପିଭୂତ ହୋଇଥାଏ । ତେବେ ଏଥିରେ ଥିବା ଜଳ ପୃଥିବୀ ତୁଳନାରେ ବହୁତ କମ୍ । ଜଳ ଥିବା ହେତୁ ଏଠାରେ ଏଲିଅନ୍ ଥିବା ସନ୍ଦେହ କରାଯାଉଛି ।

ସବୁଠାରୁ ବଡ କଥା ହେଉଛି ଯେ, ସମସ୍ତ ବଞ୍ଚିବା ପାଇଁ ସୂର୍ଯ୍ୟ କିରଣ ଦରକାର କରନ୍ତି ନାହିଁ । ଅନେକ ସ୍ଥାନରେ ସମୁଦ୍ର ତଳେ ଜୀବନ ରହିଛି । ଏଠାରେ ସୂର୍ଯ୍ୟ କିରଣ ପଡିନଥାଏ । କିନ୍ତୁ ଅନେକ ଗୁଳ୍ମ ଜାତୀୟ ଗଛ ରହିଥାନ୍ତି । କାରଣ ସେମାନେ ପୃଥିବୀରୁ ହିଁ ଉତ୍ତାପ ନେଇଥାନ୍ତି । ୟୁନିଭର୍ସିଟିର ବୈଜ୍ଞାନିକଙ୍କ ଅନୁସାରେ, ଜଳ ଥିବା ନେଇ ଅନୁମାନ କରାଯାଉଛି । କିନ୍ତୁ ପର୍ଯ୍ୟାପ୍ତ ପ୍ରମାଣ ମିଳିନାହିଁ । ଏନେଇ ଅଧିକ ଗବେଷଣା ଜାରି ରହିଛି ।

   Related Posts