ଏୟାରଟେଲ୍-ଆମାଜନ ନୂଆ ଚୁକ୍ତି, ବିଭିନ୍ନ ବ୍ୟବସାୟକୁ ଦେବେ କ୍ଲାଉଡ୍ ସେବା ସୁବିଧା

Published By : Prameya-News7 Bureau | August 06, 2020 IST

ନୂଆଦିଲ୍ଲୀ, ୦୬|୦୮:  ଟେଲିକମ କମ୍ପାନୀ ଭାରତୀ ଏୟାରଟେଲ୍ ଓ ଆମାଜାନ ଓ୍ୱେବ୍ ସର୍ଭିସ ମଧ୍ୟରେ କିଛି ବର୍ଷ ପାଇଁ ରାଜିନାମା ସ୍ୱାକ୍ଷରିତ ହୋଇଛି । ଏହି ରାଜିନାମା ଅନୁସାରେ ଉଭୟ କମ୍ପାନୀ ଦେଶରେ କ୍ଲାଉଡ ସଲ୍ୟୁସନ୍ ଉପରେ କାମ କରିବେ । ଏୟାରଟେଲ ପ୍ରାୟ ୨୫୦୦ ବଡ କମ୍ପାନୀ ଓ ୧୦ ଲକ୍ଷରୁ ଅଧିକ ଛୋଟ ବ୍ୟବସାୟ ସହ ଜଡିତ ରହିଛି ।

ଏହି ୨ କମ୍ପାନୀ ମଧ୍ୟରେ ହୋଇଥିବା ରାଜିନାମା ଦେଶରେ କ୍ୱାଉଡ୍ ସଲ୍ୟୁସନ କ୍ଷେତ୍ରରେ ଏକ ବିପ୍ଳବ ଆଣିବ । ଏନେଇ ଭାରତୀ ଏୟାରଟେଲ୍ କ୍ୱାଉଡ ଓ ସିକ୍ୟୁରିଟୀ ବିଜନେସର ସୂଚନା ଅଧିକାରୀ ହରମିନ୍ ମେହେତା କହିଛନ୍ତି ।ସେ ଆହୁରି କହିଛନ୍ତି ଯେ, ଏହି ସହଯୋଗିତା ଡାଟା ସେଣ୍ଟର, ସିକ୍ୟୁରିଟୀ ଓ କ୍ଲାଉଡରେ ଇଣ୍ଟିଗ୍ରେଟେଡ୍ ସଲ୍ୟୁସନ୍ ଭାବେ କାର୍ଯ୍ୟ କରିବ ।

ଏୟାରଟେଲ୍ କ୍ଲାଉଡ୍ ଗ୍ରାହକଙ୍କୁ ଅଧିକ ମାତ୍ରାରେ ଏଡବ୍ଲୁଏସ ସର୍ଭିସ ଯୋଗାଇବ । ଏପରିକି ସରୁକ୍ଷା ମଧ୍ୟ ପ୍ରଦାନ କରିବ । ଯାହା ଗ୍ରାହକଙ୍କୁ ପୂର୍ବାପେକ୍ଷା ଅଧିକ ସୁବିଧା ପ୍ରଦାନ କରିବ ।

ଆମାଜନ ଇଣ୍ଟରନେଟ ସର୍ଭିସର ଭାରତ-ଦକ୍ଷିଣ ଏସିଆ, କମର୍ସିଆଲ ବିଜନେସର ସଭାପତି ପୁନୀତ ଚାନ୍ଦୋକ କହିଛନ୍ତି ଯେ, ଏହି ସହଯୋଗିତାରେ ଗ୍ରାହକମାନେ ଗୋଟିଏ କ୍ଲିକରେ ଅନେକ ସୁବିଧା ପାଇପାରିବେ । ଏୟାରଟେଲ ନିଜ ଗ୍ରାହକଙ୍କୁ ଉଚିତ୍ ସେବା ଯୋଗାଉ ଆସୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.