ବକେୟା ବିଦ୍ୟୁତ ବିଲ୍ ଲାଗି ଉପଭୋକ୍ତାଙ୍କ ସମ୍ପତ୍ତି ନିଲାମ କରିବେ ନୂଆ ଆଫଗାନ ସରକାର, ସୁଝା ଯିବ ୬୨ ନିୟୁତ ଡଲାର

Published By : Prameya-News7 Bureau | October 07, 2021 IST

କାବୁଲ : ଆଫଗାନିସ୍ତାନ ବିଦ୍ୟୁତ ଆବଶ୍ୟକତାର ୮୦ ପ୍ରତିଶତ ପଡୋଶୀ ଦେଶଙ୍କଠାରୁ ଆମଦାନୀ କରିଥାଏ। ତେବେ ପଳାତକ ସରକାର ବିପୁଳ ବିଦ୍ୟୁତ ବିଲ୍‌ ବକେୟା ରଖିଯିବା ଏବେ ନୂଆ ତାଲିବାନ ସରକାରଙ୍କ ଲାଗି ଚିନ୍ତାର କାରଣ ପାଲଟିଛି। ଆଫଗାନିସ୍ତାନ ବିଦ୍ୟୁତ ଉପଯୋଗୀତା କମ୍ପାନୀ ‘ଡି ଆପଗାନିସ୍ତାନ ବ୍ରେସ୍ନା ସରକଟ୍’ (ଡିଏବିଏଏସ୍‌)ଙ୍କ ଏକ ଆକଳନ ଅନୁସାରେ ବିଦ୍ୟୁତ ଆମଦାନୀ ବାବଦରେ ଏବେ ସରକାରଙ୍କୁ ଅନୁନ୍ୟ ୬୨ନିୟୁତ ଡଲାର ପୈଠ କରିବାକୁ ପଡିବ। ନଚେତ ଆଗକୁ ଶୀତ ଋତୁ ଆସୁଥିବା ବେଳେ ଦେଶକୁ ବିଦ୍ୟୁତ ସଂକଟର ସମ୍ମୁଖୀନ ହେବାକୁ ପଡିବ।

{"id":523757,"width":838,"height":344,"sizeSlug":"full","linkDestination":"none"}

ନୂଆ ତାଲିବାନ ସରକାର ଏ ବାବଦେ ରପ୍ତାନୀକାରୀ ଦେଶଙ୍କ ସହ ଆଲୋଚନା କରିଛନ୍ତି। ବିଦ୍ୟୁତ ବାବଦ ବକେୟା ଦେୟ ଖୁବ୍ ଶୀଘ୍ର ପୈଠ କରିବାକୁ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ସହ ବିଦ୍ୟୁତ କାଟ ନ କରିବା ଲାଗି ନିବେଦନ ମଧ୍ୟ କରିଛନ୍ତି। ସେହି ଅନୁସାରେ ଏବେ ଦେଶରେ ବକେୟା ବିଦ୍ୟୁତ ବିଲ ଆଦାୟ ଲାଗି ପଦକ୍ଷେପ ନିଆଯାଇଛି। ବକେୟା ବିଦ୍ୟୁତ ବିଲ ଲାଗି ଉପଭୋକ୍ତାଙ୍କ ସମ୍ପତ୍ତି ବିକ୍ରି କରାଯିବ ବୋଲି ଡିଏବିଏଏସ କାର୍ଯ୍ୟକାରୀ ମୁଖ୍ୟ ସଫିଉଲ୍ଲା ମହମ୍ମଦଜାଇ କହିଛନ୍ତି।

{"id":523754,"width":838,"height":286,"sizeSlug":"full","linkDestination":"none"}

ଏଥିରେ ପୂର୍ବତନ ସରକାରରେ ଥିବା ମନ୍ତ୍ରୀ ଓ ଅଧିକାରୀମାନେ ବିପୁଳ ବିଦ୍ୟୁତ ବିଲ ବକେୟା ରଖିଛନ୍ତି। ଏଣୁ ସେମାନଙ୍କ ସମ୍ପତ୍ତି ବିକି ବକେୟା ଭରଣା କରିବା ଲାଗି କାର୍ଯ୍ୟକାରୀ ସରକାର ନିର୍ଦ୍ଦେଶ ଦେଇଛନ୍ତି। ତାଲିବାନଙ୍କ ହାତକୁ ଦେଶ ଆସିବା ପରେ ପୂର୍ବ ସରକାରଙ୍କ ନେତାମନ୍ତ୍ରୀ ଓ ଅଧିକାରୀ ପଳାୟନ କରିଛନ୍ତି। ଏଣୁ ସେମାନଙ୍କ ବିଦ୍ୟୁତ ବାବଦ ବକେୟା ପୈଠ କରିବାକୁ ବି କେହି ନାହାନ୍ତି। ତେବେ ତାଲିବାନ ସରକାର ରପ୍ତାନୀକାରୀ ଦେଶଙ୍କ ଗୋଟିଏ ପଇସା ମଧ୍ୟ ବାକି ରଖିବେନି ବୋଲି ଘୋଷଣା କରିଛନ୍ତି।

{"id":523760,"width":840,"height":508,"sizeSlug":"full","linkDestination":"none"}

ଆଗକୁ ଶୀତ ଋତୁ ଆସୁଥିବା ବେଳେ ମଧ୍ୟ ଏସିୟ ଦେଶମାନଙ୍କରେ ବିଦ୍ୟୁତ ସଂକଟ ଦେଖା ଦେବ। ଏଣୁ ବକେୟା ବିଦ୍ୟୁତ ବିଲ ଲାଗି ଆଫଗାନିସ୍ତାନ ଅନ୍ଧାରରେ ଡୁବିବ ବୋଲି ଆଶଙ୍କା କରାଯାଉଥିବା ବେଳେ ଏ ବାବଦେ ତାଲିବାନ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ଆଫଗାନିସ୍ତାନ ନିଜସ୍ୱ ସମ୍ବଳରୁ ୨୦ ପ୍ରତିଶତ ବିଦ୍ୟୁତ ଉତ୍ପାଦନ କରିପାରୁଛି। ତେବେ ବାକି ୮୦ ପ୍ରତିଶତ ଇରାନ, ତାଜିକସ୍ତାନ ଓ ଉଜବେକିସ୍ତାନରୁ ଆମଦାନୀ କରୁଛି। ତେବେ ଏହି ସବୁ ଦେଶଙ୍କ ସହ ତାଲିବାନ ବିଦ୍ୟୁତ ଦେୟ ବାବଦରେ ଆଲୋଚନା କରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.