Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

କରୋନା ଟେଷ୍ଟକୁ ନେଇ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଜାରି କଲେ ନୂଆ ଆଡଭାଇଜରି, ଏଣିକି ଅନ୍-ଡିମାଣ୍ଡ ଟେଷ୍ଟ

5/09/2020 at 3:05 PM

ନୂଆଦିଲ୍ଲୀ ୦୫/୦୯: ଦେଶରେ କରୋନା ମାମଲା ଦିନକୁ ଦିନ ବଢ଼ୁଥିବା ବେଳେ କରୋନା ଟେଷ୍ଟକୁ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଳାୟ ଏଥିରେ ନୂଆ ପରିବର୍ତ୍ତନ ଆଣିଛନ୍ତି। ଏ ନେଇ ସ୍ବାସ୍ଥ୍ୟ ମନ୍ତ୍ରାଳୟ କୋଭିଡ୍ ଟେଷ୍ଟରେ ନୂଆ ଆଡଭାଇଜରି ଜାରି କରିଛନ୍ତି। କୋଭିଡ୍ ପରୀକ୍ଷାରେ ଲାଗୁ ହୋଇଛି ଅନ-ଡିମାଣ୍ହ ଟେଷ୍ଟ। ଅର୍ଥାତ୍ ହେକି ବି ନିଜ ଇଚ୍ଛାରେ ଡାକ୍ତରଙ୍କ ପରମର୍ଶ ବିନା ପରୀକ୍ଷା କରାଇପାରିବେ।

ପୂର୍ବରୁ ଜିଲ୍ଲା ଅଧିକାରୀ ନଚେତ ଡାକ୍ତରଙ୍କ ଅନୁମତି ମିଳିଥିଲେ ହେଁ କୋଭିଡ୍ ଟେଷ୍ଟ କରିବା ନିୟମ ଥିଲା। ସେମାନଙ୍କ ପରାମର୍ଶ ବିନା ଟେଷ୍ଟ କରିବା ନେଇ କାହାକୁ ଅନୁମତି ନ ଥିଲା। ଏଣିକି ଏମିତି ହେବ ନାହିଁ। ସ୍ବାସ୍ଥ୍ୟ ମନ୍ତ୍ରାଳୟ କହିଛନ୍ତି, ଯଦି କେହି ବି କୋଉଠି ଯାତ୍ରା କରିବାକୁ ଯିବା ପୂର୍ବରୁ ନଚେତ କିଛି ଲକ୍ଷଣ ନ ଥାଇ କୋଭିଡ୍ ପରୀକ୍ଷା କରିବାକୁ ଚାହୁଥିଲେ ଡାକ୍ତରଙ୍କ ପରାମର୍ଶ ବିନା ଅନ ଡିମାଣ୍ହ ଟେଷ୍ଟ କରିପାରିବେ।

   Related Posts