ପ୍ରଧାନମନ୍ତ୍ରୀ ମୋଦିଙ୍କ ସୁରକ୍ଷା ପାଇଁ ପ୍ରସ୍ତୁତ ହୋଇଛି ବୋଇଙ୍ଗ-୭୭୭ ବିମାନ : ସାମ୍ନାକୁ ଆସିଲା ପ୍ରଥମ ଫଟୋ

Published By : Prameya-News7 Bureau | June 06, 2020 IST

ନୂଆଦିଲ୍ଲୀ ୦୬/୦୬ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ପାଇଁ ବିଶେଷ ବିମାନ ବୋଇଙ୍ଗ-୭୭୭ ର ପ୍ରଥମ ଫଟୋ ସାମ୍ନାକୁ ଆସିଛି | ଏହି ଫଟୋ ଫାଟୋଫରଫର Andy Egloff ଉଠେଇଛନ୍ତି | ଖୁବ ଶୀଘ୍ର ଏହି ବିମାନ ଭାରତକୁ ଆସିବ | ସୂଚନାଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ଦୁଇଟି ବିଶେଷ ବିମାନ ବୋଇଙ୍ଗ-୭୭୭ ଆମେରିକାରେ ତିଆରି ହୋଇଛି | ଏହି ଦୁଇଟି ବିମାନ ସେପ୍ଟେମ୍ବର ଶେଷ ସୁଦ୍ଧା ଭାରତକୁ ଆସିବାର ଅନୁମାନ କରାଯାଉଛି |

ଫଟୋରେ ଜଣାପଡୁଛି ବର୍ତ୍ତମାନର ବିମାନ ଠାରୁ ଏହି ବିମାନ ସମ୍ପୂର୍ଣ ଅଲଗା | ଧଳା ରଙ୍ଗର ଏହି ବିମାନର ପଛପଟେ ଦେଶର ଜାତୀୟ ପତାକା ତିଆରି କରାଯାଇଛି | ବିମାନରେ ଧଳା, ନାରଙ୍ଗୀ ଓ ସବୁଜ ରଙ୍ଗର ପଟ୍ଟୀ ରହିଛି | ଏହି ବିମାନ ଆସିବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସୁରକ୍ଷା ଆକାଶମାର୍ଗରେ ମଧ୍ୟ ଅବିସ୍ମରଣୀୟ ହୋଇଯିବ |

{"id":282041,"sizeSlug":"large"}

ନୂଆ ବିମାନରେ ପ୍ରଧାନମନ୍ତ୍ରୀ ମୋଦି, ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଯାତ୍ରା କରିବେ | ବର୍ତ୍ତମାନ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ବୋଇଙ୍ଗ-୭୪୭ ବିମାନରେ ଯାତ୍ରା କରୁଛନ୍ତି | ନୂଆ ବିମାନରେ ଅଫିସ ସ୍ପେସ, ମିଟିଙ୍ଗ ରୁମ ଓ ଅନେକ ପ୍ରକାର କମ୍ୟୁନିକେସନ ସିଷ୍ଟମ ରହିବ | ଏହାସହ ମେଡିକାଲ ଏମର୍ଜେନ୍ସି ପାଇଁ ଅଲଗା ସେକ୍ସନ ରହିବ | ଏହି ବିମାନ ଆମେରିକାରୁ ଭାରତ ଥରକେ ଯାତ୍ରା କରିବ |  ମଝିରେ କେଉଁଠି ଇନ୍ଧନ ଭର୍ତ୍ତି କରିବାକୁ ଆବଶ୍ୟକ ପଡିବ ନାହିଁ |

ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ସୁପର ଜେଟରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଭଳି ସୁରକ୍ଷା ବ୍ୟବସ୍ଥା କରାଯାଇଛି | ଏହି ବିମାନକୁ ଏହିଭଳି ପ୍ରସ୍ତୁତ କରାଯାଇଛି ଯେ ଏଥିରେ କୌଣସି ପ୍ରକାର ମିସାଇଲର କୌଣସି ପ୍ରଭାବ ପଡିବ ନାହିଁ | ଭାରତ ଏଥିପାଇଁ ଆମେରିକା ସହ ୧୩୦୦ କୋଟି ଟଙ୍କାର ଡିଲ କରିଥିଲା |

{"id":282042,"width":581,"height":325,"sizeSlug":"large"}

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ପାଇଁ ତିଆରି ହୋଇଥିବା ଏହି ବିମାନର ଫାଟି ସୋସିଆଲ ମିଡ଼ିଆରେ ଖୁବ ସେୟାର ହେଉଛି | ବୋଇଙ୍ଗ-୭୭୭ ସମ୍ପୂର୍ଣ ଭାବେ ସୁରକ୍ଷିତ ବୋଲି କୁହାଯାଉଛି | ମିସାଇଲ ମଧ୍ୟ ଏହି ବିମାନକୁ କିଛି ପ୍ରଭାବ ପକାଇ ପାରିବନାହିଁ | ଏଥିରେ କିଛି ବିଶେଷ ସେନ୍ସର ଲଗାଇଛି ଯାହା ମିସାଇଲ ହମଲା ସମ୍ପର୍କରେ ତୁରନ୍ତ ସୂଚନା ଦେଇଥାଏ | ଯଦି ଶତ୍ରୁ ବିମାନ ଉପରେ ମିସାଇଲ ଦ୍ୱାରା ହମଲା କରେ ତାହେଲେ ଡ଼ିଫେନସିଭ ଇଲେକ୍ଟ୍ରୋନିକ ୱାରଫେୟାର ସିଷ୍ଟମ ଆକ୍ଟିଭ ହୋଇଯାଇଥାଏ | ଯାହାଫଳରେ ହମଲା ସମ୍ପର୍କରେ ପୂର୍ବରୁ ହିଁ ସୂଚନା ମିଳିଥାଇ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.