ଆଜି ଦିଲ୍ଲୀରେ ପହଞ୍ଚିବ ହେବ ପ୍ରଧାନମନ୍ତ୍ରୀଙ୍କ ବିଶେଷ ବିମାନ ବୋଇଙ୍ଗ୍ 777-300ER

Published By : Prameya-News7 Bureau | October 01, 2020 IST

ନୂଆଦିଲ୍ଲୀ ୦୧/୧୦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଶେଷ ବିମାନ ବୋଇଙ୍ଗ୍ 777-300ER ଆଜି ଭାରତକୁ ଆସିବ । ଆମେରିକା ରାଷ୍ଟ୍ରପତିଙ୍କ ଏୟାରଫୋର୍ସ ୱାନ୍ ଭଳି କ୍ଷମତା ସମ୍ପନ୍ନ ଏବଂ ଏହି ବିମାନ ଅନେକ ବିଶେଷତ୍ୱ ରହିଛି । ଏହି ବିମାନର ଆଉ ଏକ ବିଶେଷତ୍ୱ ହେଲା ଏହା ଉପରେ କୌଣସି ମିସାଇଲର ପ୍ରଭାବ ପଡେନାହିଁ । ଦୁଇଟି ବୋଇଙ୍ଗ୍ 777-300ER ବିମାନ ନା ଭାରତୀୟ ବାୟୁସେନାରେ ସାମିଲ ହେବ ନା ଏୟାର ଇଣ୍ଡିଆକୁ ମିଳିବ ।

{"id":336950,"sizeSlug":"large"}

ଭାରତକୁ ଏକାଥରେ ଦୁଇଟି ବୋଇଙ୍ଗ୍ 777-300ER ବିମାନ ଆସୁଛି । ଏହି ଦୁଇଟି ବିମାନ ପ୍ରଧାନମନ୍ତ୍ରୀ ମୋଦି, ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ବ୍ୟବହାର କରିବେ । ଏବେ ସୁଦ୍ଧା ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି, ଉପରାଷ୍ଟ୍ରପତି ବୋଇଙ୍ଗ୍ ବି-୭୪୭ ବିମାନ ବ୍ୟବହାର କରୁଛନ୍ତି । ସୁରକ୍ଷା ମାମଲାରେ ଏହି ବିମାନ ଆମେରିକା ରାଷ୍ଟ୍ରପତିଙ୍କ ବିମାନ ସହ ସମାନ । ଏହି ବିମାନର ଆଉ ଏକ ବିଶେଷତ୍ୱ ହେଲା ଏହା ଇନ୍ଧନ ଭର୍ତ୍ତି କରିବା ପରେ କୌଣସି ଜାଗାରେ ନ ରହି ଭାରତରୁ ଆମେରିକା ଓ ଆମେରିକାରୁ ଭାରତ ଆସିପାରିବ ।

{"id":336952,"sizeSlug":"large"}

ବୋଇଙ୍ଗ୍ 777-300ER ବିମାନ ଆମେରିକା ରାଷ୍ଟ୍ରପତିଙ୍କ ବିମାନ ସଦୃଶ । ଆମେରିକା ରାଷ୍ଟ୍ରପତିଙ୍କ ବିମାନ ଏୟାରଫୋର୍ସ ୱାନ୍ ୩୫ ହଜାର ଫୁଟ ଉଚ୍ଚରେ ଘଣ୍ଟା ପ୍ରତି ୨୦୧୩ କିମି ବେଗରେ ଉଡ଼ିପାରେ । ଏହି ବିମାନର ମଧ୍ୟ ଏହି ବିଶେଷତ୍ୱ ରହିଛି । ଏହି ବିମାନ ଥରକେ ୬୮୦୦ ମାଇଲ ଦୂର ଯାତ୍ରା କରିପାରିବ ଏବଂ ସର୍ବାଧିକ ୪୫ ହଜାର ଫୁଟ ଉଚ୍ଚ ଯାଏଁ ଉଡ଼ିପାରିବ ।

{"id":336947,"sizeSlug":"large"}

ଏବେ ସୁଦ୍ଧା ପ୍ରଧାନମନ୍ତ୍ରୀଙ୍କ ବିମାନ ଉଡାଇବା ଦାୟିତ୍ୱ ଏୟାର ଇଣ୍ଡିଆ ପାଖରେ ଥିଲା । କିନ୍ତୁ ଏହି ନୂଆ ବିମାନକୁ ଏୟାରଫୋର୍ସ ପାଇଲଟ ଉଡାଇବେ । ଦୁଇଟି ବିମାନର ଦାମ ପାଖାପାଖି ୮ ହଜାର ୪୫୮ କୋଟି ଟଙ୍କା | ଏହି ବିମାନର ସୁରକ୍ଷା ହିଁ ଏହାର ମୁଖ୍ୟ ବିଶେଷତ୍ୱ ଏବଂ ଏହାକୁ ଅନ୍ୟ ବିମାନ ଠାରୁ ସ୍ୱତନ୍ତ୍ର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.