ଆସନ୍ତା ମାସରେ ଲଞ୍ଚ ହେବ ୭ସିଟର ଓ୍ବାଗନ୍ ଆର : ଜାଣନ୍ତୁ ଏହାର ବିଶେଷତ୍ବ

Published By : Prameya-News7 Bureau | May 18, 2019 IST

୧୮/୫: ବର୍ଷ ଆରମ୍ଭରେ ମାରୁତି ତରଫରୁ ଓ୍ବାଗନ୍ ଆରକୁ ନୂଆ ରୂପରେ ଲଞ୍ଚ କରାଯାଇଥିଲା। ଏଥିରେ ୧.୦ଲିଟର ଇଞ୍ଜିନ୍ ଭାରିଏଣ୍ଟରେ ନୂଆ ଓ୍ବାଗନଆରର ମୂଲ୍ୟ ୪.୧୯ଲକ୍ଷ ଟଙ୍କାରୁ ଆରମ୍ଭ ହୋଇ ୫.୧୬ଲକ୍ଷ ଟଙ୍କା ଯାଏଁ ରହିଛି। ୧.୨ଲିଟର ଇଞ୍ଜିନ୍ ଭାରିଏଣ୍ଟରେ ଏହାର ମୂଲ୍ୟ ୪.୮୯ଲକ୍ଷରୁ ଆରମ୍ଭ ହୋଇ ୫.୬୯ଲକ୍ଷ ଟଙ୍କା ଯାଏଁ ରହିଛି। ୧.୦ଲିଟର ଇଞ୍ଜିନ୍ ସହ ଏହାର ୩ଟି ଭାରିଏଣ୍ଟ ବାହାରିଥିଲା।

{"id":113329,"width":594,"height":351}

କାର ପ୍ରସ୍ତୁତ କରୁଥିବା ଦେଶର ସବୁଠୁ ବଡ଼ କମ୍ପାନୀ ମାରୁତି ସୁଜୁକୀ ନିଜ ପସନ୍ଦର କାର ଓ୍ବାଗନ ଆରର ନୂଆ ଭର୍ସନ୍ ଲଞ୍ଚ କରିବାର ଯୋଜନା କରୁଛି। ନୂଆ ଓ୍ବାଗନଆର୍ ୭ସିଟର ରହିବ। ସୂଚନା ମିଳିଛି ଯେ ଆସନ୍ତା ଜୁନ୍ ମାସରେ ଏହାକୁ ଲଞ୍ଚ କରାଯିବ। କମ୍ପାନୀ ଏହକୁ ନେକ୍ସା ଡିଲରସିପ୍ ଜରିଆରେ ଲଞ୍ଚ କରିବାର ପ୍ଲାନ୍ କରୁଛି।

{"id":113330,"width":594,"height":389}

ପ୍ରକୃତରେ କମ୍ପାନୀ ବିକ୍ରିରେ ବାରମ୍ବାର ହ୍ରାସବୃଦ୍ଧି ଯୋଗୁଁ ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ନୂଆ କାର ଆଣିବାକୁ ଯାଉଛି। ଏହି କାରରେ ଗ୍ରାହକଙ୍କୁ ଉନ୍ନତ ବିକଳ୍ପ ଦିଆଯିବ। ୭ସିଟର ଓ୍ବାଗନଆରରେ କେତେକ ପ୍ରିମିୟମ୍ ଫିଚର ଦିଆଯିବ। କାରର ଲଞ୍ଚିଙ୍ଗ୍ ଡେଟ୍ ଏବଂ ଏହାର ଫିଚର୍ସ ଉପରେ ଏବେ ମାରୁତି ତରଫରୁ କୈାଣସି ଆଧିକାରିକ ବୟାନ ଦିଆଯାଇନାହିଁ।

{"id":113332,"width":593,"height":395}

ବର୍ତ୍ତମାନର ଓ୍ବାଗନଆର ତୁଳନାରେ ଏହା ଲମ୍ବା ଏବଂ ଚଉଡ଼ା ରହିବ। ନୂଆ ଓ୍ବାଗନଆରରେ ୧୪ଇଞ୍ଚର ଅଲାୟ ହ୍ବିଲ୍,ରେଗୁଲାର ହେଲୋଜେନ୍ ହେଡଲ୍ୟାମ୍ପ ଏବଂ ରୁଫ ରେଲ୍ସ ଆଦି ଫିଚର୍ସ ରହିଛି। ନୂଆ କାର ଭିତରେ ୩ ରୋ ସିଟିଙ୍ଗର ବ୍ୟବସ୍ଥା ରହିବ। କାରର ଡିଜାଇନ୍ ନୂଆ ରହିବ ଏବଂ ଏହା ଅଧିକ ସ୍ପେଶ୍ ସହ ବଜାରରେ ଆସିବ।

{"id":113334,"width":595,"height":323}

ନୂଆ ଓ୍ବାଗନ ଆର ପେଟ୍ରୋଲ୍ ସହ ସିଏନଜି ଭାରିଏଣ୍ଟରେ ଆସିବ। ଏହା ବ୍ୟତୀତ ଓ୍ବାଗନ ଆରର ସିଏନଜି ଏବଂ ଏଲପିଜି ଫୁଏଲ୍ ମୋଡର ଅପସନ୍ ମିଳିବ। ଏହା ବ୍ୟତୀତ କାରରେ କିଲେସ୍ ଏଣ୍ଟ୍ରି ସହ ସେଣ୍ଟ୍ରାଲ୍ ଲକିଙ୍ଗ୍,ସିକ୍ୟୁରିଟି ଆଲାର୍ମ,ଡ୍ୟୁଲ୍ ଟୋନ୍ ଡ୍ୟାସବୋର୍ଡ଼ ,ବ୍ଲୁଟୁଥ୍ ସହ ଡବଲ ଡିନ୍ ଷ୍ଟେରିଓ,ପ୍ରିମିୟମ୍ ସିଟ ଫ୍ୟାବ୍ରିକ୍ ସହ ରିୟର ପାଓ୍ବାର ଓ୍ବିଣ୍ଡୋର ଅପସନ୍ ରହିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.