କଟକ ପୁରୁଣା ରାଉସାପାଟଣାରୁ ୫ କରୋନା ପଜିଟିଭ୍ ଚିହ୍ନଟ, କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲା ପ୍ରଶାସନ
13/07/2020 at 8:53 AM

କଟକ, ୧୩|୦୭: କଟକରୁ ଆଉ ୫ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସହରର ପୁରୁଣା ରାଉସାପାଟଣାରେ ଏହି ସଂକ୍ରମିତମାନେ ଚିହ୍ନଟ ହୋଇଛନ୍ତି । ଫଳରେ ୨୭ ନମ୍ବର ଓ୍ୱାର୍ଡକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି ।
ସର୍ବସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛି ପ୍ରଶାସନ । କରୋନା ସଂକ୍ରମଣ ରୋକିବାକୁ ଏହି ପଦକ୍ଷେପ ନିଆଯାଇଛି ।
Inhabitants within the containment zone are advised to stay inside their home and cooperate. CMC will ensure the supply of essentials for all the citizens in this zone. #DontPanic #StaySafeAtHome pic.twitter.com/fxiWRWNtJE
— CMC,Cuttack (@CMCCuttack) July 13, 2020
ଏହି ସମୟରେ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି । ପ୍ରଶାସନକୁ ସହଯୋଗ କରିବାକୁ ମଧ୍ୟ କୁହାଯାଇଛି । କଣ୍ଟେନମେଣ୍ଟ ଜୋନରେ ସିଏମସି ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇଦେବ ବୋଲି କହିଛି ।